ଛାତିଏ ପାଣିରେ ନିଜେ ଯିବା ସହ ସ୍କୁଲ ଛୁଆଁଙ୍କୁ ବି କାନେ୍ଧଇ ନେଉଛନ୍ତି ଶିକ୍ଷକ । ଭରା ନଈ ଉଛୁଳା ପାଣି । କେଉଁଠି ବେକେ ତ କେଉଁଠି ପାଟିଏ ପାଣି । ପାଦ ଖସିଗଲେ ଜୀବନ ଶେଷ । ହେଲେ ନଈରେ ପାଣି ଯେତେ ଥାଉ ଗାମୁଛା ପିନ୍ଧି ବ୍ୟାଗକୁ ମୁଣ୍ଡ ଯାଏ ଟେକି ଧରି ଆରପଟେ ଥିବା ସ୍କୁଲକୁ ସାର ଯିବା ଟା ଥୟ । ସାରଙ୍କ ନାଁ ବାଘ ବେହେରା । ଅନଗୁଳ ଜିଲ୍ଲା ପାଳଲହଡା ବ୍ଲକ ବର୍ହାକୁଦର ଗାଁ କୁ ଦୀର୍ଘ ବର୍ଷ ହେବ ନୁଡେଇ ନାଳ ଉପରେ ପୋଲ ଟିଏ ହେଇପାରିନି । ଫଳରେ ବର୍ଷା ଦିନେ ବର୍ହାକୁଦର ଗାଁ ର ପାଖା ପାଖି ୨୦୦ ପରିବାର ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଏ । ଏହି ପରିପେକ୍ଷୀ ରେ ବର୍ହାକୁଦର ଗାଁ ରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ର କିଛି ଛାତ୍ର ଛାତ୍ରୀ ଅନ୍ୟ ଗାଁ ରୁ ସେଠାକୁ ପଢିବାକୁ ଯାନ୍ତି, ହେଲେ ବର୍ଷା ଦିନେ ନଦୀରେ ଜଳସ୍ରୋତ ବଢିଯାଏ ଏହି ପରିପେକ୍ଷି ରେ ଛାତ୍ର ଛାତ୍ରୀ ନଦୀ ପାର ହୋଇ ସ୍କୁଲ କୁ ଯିବା ଅସମ୍ଭବ ହୋଇପଡେ, କିନ୍ତୁ ସେହି ସ୍କୁଲ ର ଶିକ୍ଷକ ନିଜେ ଛାତିଏ ପାଣିରେ ପହଁରି ଯିବା ସହ ସ୍କୁଲ ଛାତ୍ର ଛାତ୍ରୀଙ୍କୁ ମଧ୍ୟ ନଦୀ ପାର କରି ସ୍କୁଲ କୁ ନିଅନ୍ତି, ଫଳରେ ସ୍ଥାନୀୟ ଲୋକେ ଶିକ୍ଷକଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି ଓ ନିଜ ଜୀବନକୁ ବାଜି ପକେଇ ବିପଦ ସଂକୁଳ ଅବସ୍ଥା ରେ ନଦୀ ପାର ହେବା ଓ ସ୍କୁଲ ଛାତ୍ର ଛାତ୍ରୀଙ୍କୁ ନେବା ସହ ନିଜ କର୍ତ୍ତବ୍ୟ ରୁ କେବେ ଓହରି ନାହିଁ

LEAVE A REPLY

Please enter your comment!
Please enter your name here