ଭୋଟ ହୋଇଥିବା 146 ବିଧାନସଭା ଆସନରୁ 34ଟି ଆସନରେ ହାରିଛି ବିଜେଡି. ଏହି ଆସନ ଗୁଡିକରେ ବିଜେଡି କାହିଁକି ହାରିଲା, ଏବେ ଚାଲିଛି କାରଣ ଖୋଜା । ଦଳ 146 ଆସନରୁ 112 ଆସନ ପାଇଥିଲେ ବି ଅନେକ ସ୍ଥାନରେ ଜିତୁ ଜିତୁ ହାରିଛି । 14ଟି ବିଧାନସଭା ଆସନରେ 5 ହଜାରରୁ କମ୍ ଭୋଟରେ ଦଳୀୟ ପ୍ରାର୍ଥୀମାନେ ହାରିଥିବା ବେଳେ ମୋଟ 23ଟି ଆସନରେ ଦଶ ହଜାର ଭୋଟ ବ୍ୟବଧାନରେ ହାରିଛି. ନିର୍ବାଚନରେ ବିପୁଳ ବିଜୟ ସତ୍ତ୍ୱେ ବିଭିନ୍ନ ସ୍ଥାନରେ ପରାଜୟବରଣ କରିଛନ୍ତି ବିଜେଡିର କିଛି ବିଧାୟକ ଏବଂ ସାଂସଦ ପ୍ରାର୍ଥୀ । ଏହି ପରାଜୟକୁ ନେଇ ଦଳର ସୁୁପ୍ରିମୋ ନବୀନ ପଟନାୟକଙ୍କ ଅଧ୍ୟକ୍ଷତାରେ ନବୀନ ନିବାସରେ ବସିଥିଲା ସମୀକ୍ଷା ବୈଠକ । କାହିଁକି ସେମାନଙ୍କର ପରାଜୟ ହେଲା ଏବଂ କେଉଁଠି ରହିଲା ଭୁଲ ? ପରାଜୟ ପଛରେ ଦାୟୀ କିଏ, ସେ ନେଇ ପରାଜିତ ପ୍ରାର୍ଥୀଙ୍କ ସହ ସମୀକ୍ଷା କରିଛନ୍ତି ବିଜେଡି ସୁପ୍ରିମୋ । ପଞ୍ଚମ ପାଳିରେ ବିଜେଡି 112 ଆସନ ହାତେଇ ବିଜୟର ଟିକା ପିନ୍ଧିଛି । ତେବେ ପରାଜିତ କିଛି ବିଧାୟକ ପ୍ରାର୍ଥୀ ଓ ସାଂସଦ ପ୍ରମାଣ ସହିତ ସେମାନଙ୍କ ବିରୋଧରେ ହୋଇଥିବା ଦଳୀୟ ଷଡଯନ୍ତ୍ର ସମ୍ପର୍କରେ ଦଳର ସୁପ୍ରିମୋଙ୍କୁ ଜଣାଇଛନ୍ତି । ଯେଉଁ ଦଳୀୟ ନେତାଙ୍କ ଅନ୍ତର୍ଘାତୀ କାର୍ଯ୍ୟ ଯୋଗୁ ଦଳୀୟ ପ୍ରାର୍ଥୀ ହାରିଲେ, ସେମାନଙ୍କ ବିରୋଧରେ ଖୁବଶୀଘ୍ର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ.

LEAVE A REPLY

Please enter your comment!
Please enter your name here