ଏପ୍ରିଲ ୧୮ରେ ଦ୍ୱିତୀୟ ପର୍ୟ୍ୟାୟ ମତଦାନ । ଦିତ୍ୱୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ଶେଷ ହେଉଛି ପ୍ରଚାର । ଏଥିପାଇଁ କମ୍ପୁଛି ପ୍ରଚାର ମଇଦାନ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ବରଗଡ ଜିଲ୍ଲାର ନିଜ ନିର୍ବାଚନମଣ୍ଡଳୀ ବିଜେପୁରରେ ପ୍ରଚାର କରିଛନ୍ତି । ନବୀନ କହିଛନ୍ତି ଯେ ବିଜେପୁରର ବିକାଶ ମୋର ଦାୟିତ୍ୱ । ବିଜେପୁରବାସୀ ମୋର ପରିବାର ସେମାନଙ୍କର ଦାୟିତ୍ୱ ମୋର ବୋଲି ନବୀନ କହିଛନ୍ତି । ବିଜେପୁରର ଜନସାଧାରଣଙ୍କୁ ସମ୍ବୋଧନ କରି ନବୀନ କହିଛନ୍ତି ଯେ ଗତ ଉପ ନିର୍ବାଚନ ବେଳେ ମୁଁ ବିଜେପୁର ଆସିଥିଲି । ଆପଣମାନଙ୍କର ସ୍ନେହ ଓ ଆଦର ମୋତେ ବହୁତ ଭଲ ଲାଗିଥିଲା । ଏହି ଅଞ୍ଚଳରୁ ବହୁ ଲୋକ ମୋତେ ଭେଟି ଏଠାରୁ ନିର୍ବାଚନ ଲଢିବାକୁ ଅନୁରୋଧ କରିଥିଲେ । ସେମାନଙ୍କର ଅନୁରୋଧକୁ ରକ୍ଷା କରି ନିର୍ବାଚନ ଲଢିବାକୁ ନିଷ୍ପତି ନେଲି ବୋଲି କହିଛନ୍ତି ନବୀନ । ଏବେ ବିଜେପୁରର ବିକାଶ ମୋର ଦାୟିତ୍ୱ । ନବୀନ ବରଗଡ ଓ ଗାଇସିଲଟ ନିର୍ବାଚନୀ ସଭାରେ ଯୋଗ ଦେଇ ସିଧାସଳଖ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ । ନିର୍ବାଚନ ଆସିଲେ କେନ୍ଦ୍ରୀୟ ନେତାଙ୍କ ଓଡ଼ିଶାରେ ପାଦ ପଡେ । ହେଲେ ନିର୍ବାଚନ ସରିଲେ କଥା ସରିଲା । ବୁଣାକାରଙ୍କ ଉପରେ କେନ୍ଦ୍ର ସରକାର ଜିଏସଟି ଲଗାଇଲେ । ଏମଏସପି ଦୁଇ ଗୁଣା ଦେବେ ବୋଲି କହିଥିଲେ । ଓଡ଼ିଶା ସରକାର କେନ୍ଦ୍ର ନିକଟରେ ବାରମ୍ବାର ଦାବି ରଖିବା ପରେ ମଧ୍ୟ କୌଣସି ନିଷ୍ପତି ନିଆଗଲା ନାହିଁ । ୨ବର୍ଷ ହୋଇଗଲା ଚାଷୀଙ୍କ ପାଇଁ ୨ମିନିଟ ଦେଇପାରିଲେ ନାହିଁ । କେନ୍ଦ୍ରରେ ଥିବା ଦୁଇ ଜଣ ଓଡ଼ିଆ କେନ୍ଦ୍ରମନ୍ତ୍ରୀ କାହିଁକି ରାଜ୍ୟର ସପକ୍ଷରେ ପାଟି ଫିଟାଇଲେ ନାହିଁ ବୋଲି ନବୀନ କହିଛନ୍ତି । କିନ୍ତୁ କାଳିଆ ଯୋଜନାରେ ୪୦ଲକ୍ଷ ଚାଷୀ ଉପକୃତ ହୋଇଥିବା ବେଳେ ଏହାକୁ ରୋକିବାକୁ କେନ୍ଦ୍ର ସରକାର ଚକ୍ରାନ୍ତ କରୁଛନ୍ତି । ନବୀନ ଥିବା ପର୍ଯ୍ୟନ୍ତ ଏହି ଯୋଜନାକୁ କେହି ବନ୍ଦ କରିପାରିବେ ନାହିଁ ବୋଲି କହିଛନ୍ତି । ରାଜ୍ୟରେ ପୁଣି ଥିରେ ବିଜୁ ଜନତା ଦଳ ସରକାର ଗଠନ ହେବ । ପ୍ରଥମ ଦିନରେ ହିଁ ବାକି ଥିବା ୨୫ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ୨ଟି କିସ୍ତିରେ ୧୦ ହଜାର ଟଙ୍କା ପ୍ରଦାନ କରାଯିବ । ମୋତେ ପୁଣି ଥରେ ଆର୍ଶିବାଦ କରନ୍ତୁ ଏବଂ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଲୋକଙ୍କୁ ଆହ୍ୱାନ ଦେଇଛନ୍ତି ନବୀନ ।

LEAVE A REPLY

Please enter your comment!
Please enter your name here