କଂଗ୍ରେସର ୬ ଘଣ୍ଟିଆ ହରତାଳ ଶାନ୍ତିପୂର୍ଣ୍ଣ ଭାବେ ସଫଳ ହୋଇଛି । ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ । ସେ କହିଛନ୍ତି ଯେ ପର୍ଯ୍ୟନ୍ତ ମମିତାକୁ ନ୍ୟାୟ ମିଳିନାହିଁ ସେପର୍ଯ୍ୟନ୍ତ ସଂଗ୍ରାମ ବନ୍ଦ ହେବନି ଲଢେଇ ଆଗକୁ ଜାରି ରହିବ । ମନ୍ତ୍ରୀ ଦିବ୍ୟଶଙ୍କର ଇସ୍ତଫା ନଦେବା ଯାଏଁ ଚୁପ ବସିବନି କଂଗ୍ରେସ । ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ଛାତ୍ର କଂଗ୍ରେସର ପ୍ରତିବାଦ ଜାରି ରହିଛି । କଂଗ୍ରେସ ପକ୍ଷରୁ ୬ଘଂଟିଆ ଓଡ଼଼ିଶା ବନ୍ଦ ପାଳନ ଆଜି କରାଯାଇଥିଲା । ମମିତା ମେହେରଙ୍କୁ ନ୍ୟାୟ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ରାଜ୍ୟର ବିଭିନ୍ନ ସ୍ଥାନରେ କଂଗ୍ରେସର ୬ ଘଂଟିଆ ହରତାଳ କରାଯାଇଥିଲା । ସକାଳ ୬ଟାରୁ ଦିନ ୧୨ଟା ଯାଏଁ କଂଗ୍ରେସ କରିଥିଲା ହରତାଳ । ହେଲେ ସାଧାରଣ ଭାବେ ଯାତାୟତ ଜାରି ରହିଥିବା ବେଳେ ଦୋକାନ ବଜାର ମଧ୍ୟ ଖୋଲିଥିବା ଦେଖିବାକୁ ମିଳିଥିଲା । କାଁ ଭାଁ କେତେକ ସ୍ଥାନରେ କଂଗ୍ରେସ କର୍ମୀମାନେ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରୁଛନ୍ତି । ବନ୍ଦକୁ ସମର୍ଥନ କରିବା ପାଇଁ ଲୋକଙ୍କୁ ଅନୁରୋଧ କରୁଛନ୍ତି । କେଉଁଠି ବର୍ଷା ଭିତରେ ଆନ୍ଦୋଳନ ଚଳାଇଛନ୍ତି ତ ଆଉ କେଉଁଠି ଲୋକଙ୍କୁ ଚକଲେଟ୍ ଦେଇ ଆନ୍ଦୋଳନର ଉଦ୍ଦେଶ୍ୟ ବାବଦରେ ବୁଝାଉଛନ୍ତି ।ନବରଙ୍ଗପୁର ଜିଲ୍ଲା ଚନ୍ଦା ହାଣ୍ଡି ବ୍ଲକ୍ କଂଗ୍ରେସ କମିଟି ତରଫରୁ କର୍ମୀ ମନେ ଅଭିନବ ଢଙ୍ଗ ରେ ପ୍ରତିବାଦ କରିଥିବା ଦେଖିବାକୁ ମିଳିଥିଲା । ପିସିସି ସମ୍ପାଦକ କ୍ଷେମରାଜ୍ ବାଘଙ୍କ ନେତୃତ୍ୱରେ କର୍ମୀମାନେ ସାମୁହିକ ଭାବେ ମୁଣ୍ଡନ ହୋଇ ମମୀତାର ଆତ୍ମା ର କାମନା ସହ ତାଙ୍କ ନ୍ୟାୟ ଦାବି କରିଛନ୍ତି । ଏହି ସାମୁହିକ ମୁଣ୍ଡନ୍ କାର୍ଯ୍ୟକ୍ରମରେ ନିଜେ ପିସିସି ସମ୍ପାଦକ କ୍ଷେମରାଜ୍ ବାଘ ମୁଣ୍ଡନ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here