ଭେଟେରାନ ଓପନିଂ ବ୍ୟାଟ୍ସମ୍ୟାନ ଶିଖର ଧାୱନ ଏଥର ଆଇପିଏଲରେ ପଞ୍ଜାବ କିଙ୍ଗସ୍ ଇଲେଭନ ପାଇଁ ଖେଳିବେ । ଆଜିଠାରୁ ବେଙ୍ଗାଲୁରୁରେ ଆରମ୍ଭ ହୋଇଥିବା ମେଗା ଆଇପିଏଲ ନିଲାମୀରେ ପଞ୍ଜାବ ଦଳ ଧାୱନଙ୍କୁ ୮.୨୫ କୋଟି ଟଙ୍କାରେ କିଣିଛି । ଧାୱନଙ୍କ ବେଶ ପ୍ରାଇସ୍ ରହିଥିଲା ୨ କୋଟି ଟଙ୍କା । ସେହିପରି ସ୍ପିନର ରବିନ୍ଦ ଆର୍ ଅଶ୍ୱିନୀଙ୍କୁ କିଣିଛି ରାଜସ୍ଥାନ ରୟାଲ୍ସ । ଅଷ୍ଟ୍ରେଲିଆର ବୋଲର ପ୍ୟାଟ୍ କମିନ୍ସଙ୍କୁ ୭ କୋଟି ୨୫ ଲକ୍ଷରେ କିଣିଛି କୋଲକାତା । ୨୦୨୨ ଆଇପିଏଲରେ ମୋଟ୍ ୬୦୦ ଖେଳାଳୀଙ୍କର ନିଲାମୀ ହେବ । ଚଳିତବର୍ଷ ଆଇପିଏଲ ନିଲାମୀରେ ଓଡିଶା ୨ ଜଣ ଖେଳାଳୀ ଶୁଭ୍ରାଶୁଂ ସେନାପତି ଓ ଅଭିଷେକ ରାଉତ ସାମିଲ ହୋଇଛନ୍ତି । କାଗିସୋ ରବାଦାଙ୍କୁ ୯କୋଟି ୨୫ ଲକ୍ଷରେ ନେଲା ପଞ୍ଜାବ । ୮ କୋଟି ଟଙ୍କାରେ ଟ୍ରେଣ୍ଟବୋଲ୍ଟକୁ ନେଲା ରାଜସ୍ଥାନ । ୧୨ କୋଟି ୨୫ ଲକ୍ଷରେ ଶ୍ରେୟସ ଆୟରଙ୍କୁ ନେଲା କୋଲକାତା । ଫାଫ୍ ଡୁ ପ୍ଲେସିସଙ୍କୁ ୭ କୋଟିରେ ନେଲା ବାଙ୍ଗାଲୋର । ଡି କକ୍ ଙ୍କୁ ୬ କୋଟି ୭୫ ଲକ୍ଷରେ ନେଲା ଲକ୍ଷ୍ନୌ । ୱାର୍ଣ୍ଣରଙ୍କୁ ୬ କୋଟି ୨୫ ଲକ୍ଷରେ କିଣିଲା ଦିଲ୍ଲୀ । ଦେବଦତ୍ତ ପାଡିକଲଙ୍କୁ ୭ କୋଟି ୭୫ ଲକ୍ଷ ଟଙ୍କାରେ କିଣିଲା ରାଜସ୍ଥାନ । ଜାସନ ରୟଙ୍କୁ ୨ କୋଟି ଟଙ୍କାରେ କିଣିଲା ଗୁଜୁରାଟ ଟାଇଟନ୍ସ । ରବିନ ଉଥପ୍ପାଙ୍କୁ ୨ କୋଟି ଟଙ୍କାରେ କିଣିଲା ଚେନ୍ନାଇ । ସିମରନ ହେତମେୟାରଙ୍କୁ ୮ କୋଟି ୫୦ ଲକ୍ଷ ଟଙ୍କାରେ କିଣିଲା ରାଜସ୍ଥାନ ରୟାଲ୍ସ । ମନୀଷ ପାଣ୍ଡେଙ୍କୁ ୪ କୋଟି ୬୦ ଲକ୍ଷରେ ଦଳରେ ସାମିଲ କଲା ଲକ୍ଷ୍ନୌ ସୁପର ଜାଏଣ୍ଟ।ହରସଲ୍‌ ପଟେଲଙ୍କୁ ୧୦.୭୫ କୋଟିରେ କିଣିଲା ଆର୍‌ସିବି । ନୀତୀଶ ରାଣାଙ୍କୁ ୮ କୋଟିରେ କିଣିଲା କେକେଆର୍‌ । ବ୍ରାଭୋଙ୍କୁ ୪.୪୦ କୋଟିରେ କିଣିଲା ଚେନ୍ନାଇ ସୁପର କିଙ୍ଗ୍‌ସ । ଦୀପକ ହୁଡ୍ଡାଙ୍କୁ ୫.୭୫ କୋଟିରେ କିଣିଲା ଲକ୍ଷ୍ନୌ । ହର୍ଷଲ ପଟେଲଙ୍କୁ ୧୦ କୋଟି ୭୫ ଲକ୍ଷ ଟଙ୍କାରେ କିଣିଲା ବାଙ୍ଗାଲୋର । ଶ୍ରୀଲଙ୍କା ଖେଳାଳୀ ହସରଙ୍ଗାଙ୍କୁ ୧୦ କୋଟି ୭୫ ଲକ୍ଷରେ କିଣିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ୱାସିଂଟନ ସୁନ୍ଦରଙ୍କୁ ୮.୭୫ କୋଟିରେ କିଣିଲା ସନ ରାଇଜରର୍ସ । ଭାରତୀୟୃ ୱିକେଟ କିପର ବ୍ୟାଟର ଦିନେଶ କାର୍ତ୍ତିକଙ୍କୁ ୫.୫କୋଟିରେ ଦଳରେ ସାମିଲ କଲା ଆରସିବି
ଦିନେଶ କାର୍ତ୍ତିକଙ୍କୁ ୫ କୋଟି ୫୦ ଲକ୍ଷ ଟଙ୍କାରେ କିଣିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ।
ଜନି ବେୟାରଷ୍ଟୋଙ୍କୁ ୬ କୋଟି ୭୫ ଲକ୍ଷ ଟଙ୍କାରେ କିଣିଲା ପଞ୍ଜାବ ।
ଅମ୍ବାତି ରାଇଡୁଙ୍କୁ ୬ କୋଟି ୭୫ ଲକ୍ଷ ଟଙ୍କାରେ କିଣିଲା ଚେନ୍ନାଇ ସୁପର କିଙ୍ଗସ ।
ମିଚେଲ ମାର୍ଶଙ୍କୁ ୬ କୋଟି ୫୦ ଲକ୍ଷ ଟଙ୍କାରେ କିଣିଲା ଦିଲ୍ଲୀ କ୍ୟାପିଟାଲ ।
କୃଣାଳ ପାଣ୍ଡ୍ୟାଙ୍କୁ ୮ କୋଟି ୨୫ ଲକ୍ଷରେ କିଣିଲା ଲକ୍ଷ୍ନୌ ସୁପର ଜାଏଣ୍ଟ ।
ୱାସିଂଟନ ସୁନ୍ଦରଙ୍କୁ ୮ କୋଟି ୭୫ ଲକ୍ଷ ଟଙ୍କାରେ କିଣିଲା ହାଇଦ୍ରାବାଦ ।

LEAVE A REPLY

Please enter your comment!
Please enter your name here