ନିର୍ବାଚନ ପୂର୍ବରୁ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଶକ୍ତ ଧକ୍କା ଲାଗିଛି । ଆପରୁ ଇସ୍ତଫା ଦେଇଛନ୍ତି ସାତଜଣ ବିଧାୟକ । ମେହରୁଲି ବିଧାୟକ ନରେଶ ଯାଦବ, ତ୍ରିଲୋକପୁରୀ ବିଧାୟକ ରୋହିତ କୁମାର, ଜନକପୁରୀ ବିଧାୟକ ରାଜେଶ ରିଷି, କସ୍ତୁରବା ନଗର ବିଧାୟକ ମଦନଲାଲ, ଆଦର୍ଶ ନଗର ବିଧାୟକ ପଓ୍ବନ ଶର୍ମା ଓ ପାଲମ ବିଧାୟକ ଭାବନା ଗୌଡ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଇସ୍ତଫାପତ୍ରରେ ସେମାନେ ଆରୋପ ଲଗାଇଛନ୍ତି, ଆମ ଆଦମି ପାର୍ଟି ତାର ଲକ୍ଷ୍ୟ ଓ ଆଦର୍ଶରୁ ବିଚ୍ୟୁତ ହୋଇଛି । ଦୁର୍ନୀତି ଓ ପକ୍ଷପାତିତା ରାଜନୀତିରେ ବୁଡି ରହିଛି । ସୂଚନାଯୋଗ୍ୟ, ଚଳିତ ନିର୍ବାଚନରେ ଏହି ସାତଜଣ ବିଧାୟକଙ୍କୁ ଆପ୍ ଟିକଟ ଦେଇ ନଥିଲା ।

LEAVE A REPLY

Please enter your comment!
Please enter your name here