ପରଲୋକରେ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକ । ୬୭ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁ ଖବର ଦେଇଛନ୍ତି ଭେଟେରାନ୍ ଷ୍ଟାର ଅନୁପମ ଖେର । ସେ ବଲିଉଡରେ ଏକାଧାରରେ ଜଣେ ଅଭିନେତା , ନିର୍ଦ୍ଦେଶକ ଏବଂ ଫିଲ୍ମ ପ୍ରଯୋଜକ ଥିଲେ । ୧୦ରୁ ଉର୍ଦ୍ଧ୍ୱ ଫିଲ୍ମରେ ନିର୍ଦ୍ଦେଶନା ଏବଂ ଶତାଧିକ ଫିଲ୍ମରେ ନିଜର ଅଭିନୟର ଯାଦୁ ଦେଖାଇଛନ୍ତି ସତୀଶ । ‘ମିଷ୍ଟର ଇଣ୍ଡିଆ’ , ‘ଦିୱାନା ମସ୍ତାନା’ , ରୂପକୀ ରାନୀ ଏମିତି ଅନେକ ଫିଲ୍ମର ନିର୍ଦ୍ଦେଶନା ବି ଦେଇଛନ୍ତି । ଅନୁପମ ଖେର ଟୁଇଟ୍ କରି କହିଛନ୍ତି ଯେ, ୪୫ ବର୍ଷର ବନ୍ଧୁତା ଭିତରେ ଏମିତି ଯେ ଦିନ ଆସିବ ମୁଁ କେବେ ଭାବି ନଥିଲି

LEAVE A REPLY

Please enter your comment!
Please enter your name here