ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଦିଲ୍ଲୀ କ୍ରାଇମବ୍ରାଞ୍ଚ ଟିମ୍ । ଦିଲ୍ଲୀରେ ଆପ୍ ସରକାରର ପତନ ଘଟାଇବା ପାଇଁ ବିଜେପି ଆମ୍ ଆଦମୀ ପାର୍ଟିର ସାତଜଣ ବିଧାୟକଙ୍କୁ କିଣିବା ପାଇଁ ଷଡଯନ୍ତ୍ର କରୁଛି ଏବଂ ପ୍ରତି ବିଧାୟକଙ୍କୁ 25 କୋଟି ଟଙ୍କା ଦେବାକୁ ପ୍ରସ୍ତାବ ଦେଇଥିବା ଆପ୍ ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଆରୋପ ଲଗାଇବାର ଦିନକ ପରେ ଏହି ଘଟଣା ଘଟିଛି । କେଜ୍ରିଓ୍ୱାଲଙ୍କ ଆରୋପ ପରେ ଦିଲ୍ଲୀ ପୋଲିସ ନିକଟରେ ବିଜେପି ପକ୍ଷରୁ ଏତଲା ରୁଜୁ କରାଯାଇଥିଲା । ଦିଲ୍ଲୀ ପୋଲିସ ଘଟଣା ସଂପର୍କରେ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ଜଣାଇବା ପରେ ଆଜି କେଜ୍ରିଓ୍ୱାଲଙ୍କ ବାସଭବନରେ ପହଞ୍ଚି ନୋଟିସ ଦେଇଥିବା କୁହାଯାଉଛି । ଏହା ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଦିଲ୍ଲୀ ସରକାରଙ୍କ ଅବକାରୀ ନୀତି ମାମଲାରେ କୋଟି କୋଟି ଟଙ୍କାର ଅନିୟମିତତା ହୋଇଥିବା ଅଭିଯୋଗରେ କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସି ଇଡି ତଦନ୍ତର ସମ୍ମୁଖୀନ ହୋଇଛନ୍ତି । କେଜ୍ରିଓ୍ୱାଲ କହିଛନ୍ତି, ନିର୍ବାଚନରେ ଦିଲ୍ଲୀରେ ସରକାର ଗଠନ କରିବାରେ ବିଫଳ ହେବା ପରେ ବିଜେପି କଳେ ବଳେ କୌଶଳେ ତାଙ୍କ ସରକାରକୁ ହଟାଇବାକୁ ପ୍ରୟାସ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here