ଭୁବନେଶ୍ବର ଉତ୍ତର ଓ ଏକାମ୍ର ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଥିବା ବେଳେ ଭୁବନେଶ୍ବର ମଧ୍ୟ ଆସନ ପାଇଁ ଦ୍ବନ୍ଦ୍ବରେ ରହିଛି ବିଜେଡି । ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ଦଳ ଟିକଟ ଦେବ କି ନାହିଁ, ତାକୁ ନେଇ ଦ୍ବନ୍ଦ୍ବ ଲାଗି ରହିଛି । କର୍ପୋରେଟର ଅମରେଶ(ବାଇଁଆ) ଜେନା ଏଥର ବିଧାୟକ ଟିକଟ ନେବା ପାଇଁ ମୁଖ୍ୟ ଦାବିଦାର ରହିଛନ୍ତି । ଦଳର ଯୁବନେତା ରୁଦ୍ର ସାମନ୍ତରାୟ ମଧ୍ୟ ପ୍ରାର୍ଥୀ ହେବାକୁ ଆଶାୟୀ ଅଛନ୍ତି । ତେବେ ଦୁଇ ମୁଖ୍ୟ ପ୍ରତିଦ୍ବନ୍ଦୀ ଭାବେ ଅନନ୍ତଙ୍କ ରାସ୍ତାରେ କଣ୍ଟା ସାଜିଛନ୍ତି ଅମରେଶ ।

LEAVE A REPLY

Please enter your comment!
Please enter your name here