କେତେ ନିଷ୍ଠୁର ହୋଇପାରେ ମା । ମା କଣ ନିଜ ସଦ୍ୟଜାତ ଶିଶୁକୁ ଜିଅନ୍ତା ପୋତି ଦେଇପାରେ । ଏମିତି ଘଟଣା କୋରାପୁଟ ଜିଲା ଜୟପୁର ବୋରିଗୁମ୍ମା ଥାନା ଅନ୍ତର୍ଗତ କେବିଡ଼ି ଗ୍ରାମ ନିକଟସ୍ଥ ବ୍ରିଜ ନିକଟରେ । ବ୍ରିଜତଳେ ସଦ୍ୟଜାତ ଶିଶୁକନ୍ୟାକୁ ପୋତିଦେଇ ଫେରାର ହୋଇଯାଇଛି ମାଆ । ସୋମବାର ସକାଳୁ ଶିଶୁକନ୍ୟାର କାନ୍ଦ ଶୁଣି ଜଣେ ଯୁବକ ତାଙ୍କୁ ଉଦ୍ଧାର କରିବା ପରେ ଗ୍ରାମର ଜଣେ ବୃଦ୍ଧା ଶିଶୁଟିକୁ ନିଜ କୋଳକୁ ନେଇଛନ୍ତି । ରାବଣଗୁଡା ମେଡିକାଲରେ ଶିଶୁକନ୍ୟାର ସ୍ୱାସ୍ଥାବସ୍ଥା ଦେଖିବା ପରେ ସେ ସୁସ୍ଥ ଅଛି ବୋଲି ଡାକ୍ତର କହିଛନ୍ତି। ୨୦୧୭ରେ ଉକ୍ତ ସ୍ଥାନରୁ ଏକ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଥିଲା।

LEAVE A REPLY

Please enter your comment!
Please enter your name here