ବନ୍ଧୁକ ଦେଖାଇ ଲୁଟିନେଲେ ୨୧ ଲକ୍ଷ ଟଙ୍କା । ତାହା ପୁଣି ସ୍ପଷ୍ଟ ଦିବାଲୋକରେ । ଘଟଣାକୁ ନେଇ ସୁବର୍ଣ୍ଣପୁର ଜିଲ୍ଲାରେ ଖେଳିଯାଇଛି ଭୟର ବାତାବରଣ । ଧର୍ମଶାଳା ଫାଣ୍ଡିରୁ ଦେଢ କିମି ଦୂର ବାଘଲପୁର ଗାଁ ନିକଟରେ ଘଟିଛି ଘଟଣା । ଘଟଣାଟି ଏମିତି, ସୁବର୍ଣ୍ଣପୁର ବରୋଦା ବ୍ୟାଙ୍କରୁ ସୁଧାଂଶୁ ପ୍ରଧାନ ଓ ସୁନିଲ ମହାରଣା ୨୧ ଲକ୍ଷ ଟଙ୍କା ଧରି ଉଲୁଣ୍ଡା ଏଟିଏମକୁ ଭର୍ତ୍ତି କରିବା ପାଇଁ ଯାଉଥିଲେ । ଜଣଙ୍କ ବ୍ୟାଗରେ ୧୧ ଲକ୍ଷ ଟଙ୍କା ଥିବାବେଳେ ଆଉ ଗୋଟିଏ ବ୍ୟାଗରେ ୧୦ ଲକ୍ଷ ଟଙ୍କା ଥିଲା । ଉଭୟେ ବାଘଲପୁର ଗାଁ ପାର୍ ହେବା ପରେ ୬ ଜଣ ଡକାୟତ ୩ଟି ବାଇକରେ ଆସିଥିଲେ । ପୁରା ଫିଲ୍ମ ଷ୍ଟାଇଲରେ ସୁଧାଂଶୁଙ୍କ ବାଇକକୁ ଧକ୍କା ମାରି ପକାଇଦେଇଥିଲେ । ପରେ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଉଭୟଙ୍କ ବ୍ୟାଗ ଛଡାଇନେଇଥିବା ସୁଧାଂଶୁ ଅଭିଯୋଗ କରିଛନ୍ତି । ଧର୍ମଶାଳା ଫାଣ୍ଡିରେ ଏତଲା ଦେଇଛନ୍ତି ସୁଧାଂଶୁ । ଡକାୟତମାନେ ଗୋଟିଏ ନମ୍ବର ବିହିନ ଗାଡି ଘଟଣାସ୍ଥଳରେ ଛାଡି ଦେଇଥିବାବେଳେ ଗାଡିକୁ ପୋଲିସ ଜବତ କରିଛି । ଘଟଣାସ୍ଥଳରେ ଛାନଭିନ କରୁଛି ପୋଲିସ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here