କାଳିଆ ହିତାଧିକାରୀ ସଂଖ୍ୟା ନେଇ ପୁଣି ଉଠିଲା ବଡ ପ୍ରଶ୍ନ । ସରକାରଙ୍କ କାଳିଆ ହିତାଧିକାରୀ ତଥ୍ୟରେ ରହୁନି ତାଳମେଳ । ୨୦୧୯ରେ ମନ୍ତ୍ରୀଙ୍କ ଉତ୍ତର ଥିଲା ହିତାଧିକାରୀ ୫୦ , ୮୫, ୨୯୦ । ୫୦ , ୮୫, ୨୯୦ ହିତାଧିକାରୀଙ୍କୁ କାଳିଆ ଟଙ୍କା ମିଳିଥିବା କହିଥିଲେ । ସନ୍ତୋଷ ସିଂ ସାଲୁଜାଙ୍କ ପ୍ରଶ୍ନରେ ଉତ୍ତର ଦେଇଥିଲେ ମନ୍ତ୍ରୀ ଅରୁଣ ସାହୁ । କାଲି ବଜେଟ ଅଭିଭାଷଣରେ ହିତାଧିକାରୀ ସଂଖ୍ୟା ବଦଳିଥିଲା । ମୋଟ ୪୩ ଲକ୍ଷ ଚାଷୀଙ୍କୁ କାଳିଆ ଟଙ୍କା ମିଳିଥିବା କହିଥିଲେ ଅର୍ଥମନ୍ତ୍ରୀ । ଟଙ୍କା ପାଇଥିବା ୭ ଲକ୍ଷ ୮୫ ହଜାର ଚାଷୀ କୁଆଡେ ଗଲେ ପ୍ରଶ୍ନ ।