ପାଟିଦାର ନେତା ହାର୍ଦ୍ଦିକ ପଟେଲଙ୍କ ଦ୍ୱାରା 25 ଅଗଷ୍ଟକୁ ଆରମ୍ଭ ହେବାକୁ ଥିବା ଅନିଶ୍ଚିତକାଳୀନ ଅନଶନରେ ଲାଗିଲା ଗ୍ରହଣ । ଅପିଲ୍ ସତ୍ତ୍ୱେ ସରକାର ହାର୍ଦ୍ଦିକ ପଟେଲଙ୍କୁ ଅହମ୍ମଦାବାଦର ନିକୋଲ ଅଞ୍ଚଳରେ ଅନଶନ କରିବା ପାଇଁ ଅନୁମତି ଦେଲେନାହିଁ । ଅନଶନ ପୂର୍ବରୁ ପ୍ରଶାସନ 60 ଦିନ ପାଇଁ 144 ଧାରା ଲାଗୁ କରିଛି । ଏହା ପୂର୍ବରୁ ହାର୍ଦ୍ଦିକ ଅନୁମତି ନେଇ ଗୋଟିଏ ଦିନ ଅନଶନ ରେ ବସିଥିବା ବେଳେ ତାଙ୍କୁ ଅହମ୍ମଦାବାଦ କ୍ରାଇମ ବ୍ରାଞ୍ଚ ଟିମ୍ ତାଙ୍କ ଘର ବାହାରୁ ଗିରଫ କରିଥିଲା । ଏହାପରେ ଅନଶନ ପାଇଁ ହାର୍ଦ୍ଦିକ ଗୁଜୁରାଟ ସରକାରଙ୍କୁ ଗାନ୍ଧିନଗରର ସତ୍ୟାଗ୍ରହ ମୈଦାନ ପାଇଁ ଅନୁମତି ମାଗିଥିବା ବେଳେ ଏଥିପାଇଁ ମଞ୍ଜୁରୀ ମିଳିନଥିଲା ।

ଏଣୁ ନିଜ ଘର ଆଗରେ ଅନଶନ କରିବେ ବୋଲି ଘୋଷଣା କରିଛନ୍ତି ହାର୍ଦ୍ଦିକ ।

 

LEAVE A REPLY

Please enter your comment!
Please enter your name here