Home Big Story ନନ୍ଦିନୀ ମୃତ୍ୟୁ ପାଇଁ ଦାୟୀ କିଏ? Big StoryTrending News ନନ୍ଦିନୀ ମୃତ୍ୟୁ ପାଇଁ ଦାୟୀ କିଏ? By Takshak Bureau - July 11, 2019 268 0 Facebook Twitter Google+ Pinterest WhatsApp ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ନୀରିହ ଜୀବନ । ସବୁଦିନ ଭଳି ନନ୍ଦିନୀ ସ୍କୁଲ ଯାଏ ଏବଂ ସାଙ୍ଗମାନଙ୍କ ସହ ଖେଳାବୁଲା କରେ । ହେଲେ ଗତକାଲି ରାତିରେ ଖାଇ ସାରିବା ପରେ ହଷ୍ଟେଲକୁ ଫେରିବା ବାଟରେ କାନ୍ଥକୁ ଝୁଲିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ନନ୍ଦିନୀଙ୍କର ମୃତ୍ୟୁ ହୋଇଛି । ସାଙ୍ଗମାନେ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସବୁ ଚେଷ୍ଟା ବିଫଳ ହୋଇଥିଲା । ସେଠାରୁ ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ନିଜ ସାଙ୍ଗକୁ ହରାଇ ଭାଙ୍ଗିପଡିଛନ୍ତି ସାଥୀ । ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଅନ୍ତର୍ଗତ କୁମୁଡାବାଲି କସ୍ତୁରବା ବାଳିକା ବିଦ୍ୟାଳୟରୁ ଆସିଛି ଏମିତି ଦୁଖଃଦ ଘଟଣା । ଘଟଣାକୁ ନେଇ କୁମୁଡାବାଲି ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଥିଲା । ଏଠାରେ ପ୍ରଶ୍ନ ଉଠୁଛି ଦୀର୍ଘ ଦିନ ହେବ ସ୍କୁଲ ପରିସରରେ ବିପଦ ଶଙ୍କୁଳ ଅବସ୍ଥାରେ ବିଦ୍ୟୁତ ତାର ଓହଳିଥିବାବେଳେ ତାକୁ ସ୍ଥାନାନ୍ତର କରାଗଲା ନାହିଁ କାହିଁକି? ଛାତ୍ରୀମାନଙ୍କ ସୁରକ୍ଷା ପାଇଁ ହଷ୍ଟେଲର ୱାଡେନ କଣ କରୁଥିଲେ? ଖବରପାଇ ରାୟଗଡା ଏସପି କସ୍ତୁରବା ବିଦ୍ୟାଳୟକୁ ଯାଇ ତଦନ୍ତ କରି ଫେରିଛନ୍ତି । ସେପଟେ ଜିଲ୍ଲା ଶିକ୍ଷା ଅଧିକାରୀ ମୁନିଗୁଡା ପହଁଞ୍ଚି ମୃତକଙ୍କ ପରିବାରକୁ ସାକ୍ଷାତ କରିଛନ୍ତି । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । (ରାୟଗଡାରୁ ସ୍କୃତି ରଞ୍ଜନ ମହାନ୍ତିଙ୍କ ରିପୋର୍ଟ) RELATED ARTICLESMORE FROM AUTHOR Big Story ପାଗ ଖରାପ ଯୋଗୁ ବିଳମ୍ବ ହେଉଛି ଅନ୍ତରୀକ୍ଷ ଯାତ୍ରା National ସ୍ବାମୀଙ୍କୁ ହତ୍ୟା କରି ଆତ୍ମସମର୍ପଣ କଲା ପତ୍ନୀ Big Story ଛତିଶଗଡରୁ ଓଡିଶା ଭିତରକୁ ପଶି ଆସିଛନ୍ତି ମାଓବାଦୀ LEAVE A REPLY Cancel reply Please enter your comment! Please enter your name here You have entered an incorrect email address! Please enter your email address here Save my name, email, and website in this browser for the next time I comment. - Advertisement - Latest article ରାଜ୍ୟରେ ଆଉ 5 କରୋନା ଆକ୍ରାନ୍ତ ଚିହ୍ନଟ Takshak Bureau - May 28, 2025 0 ଭୁବନେଶ୍ବର - ରାଜ୍ୟରେ ଆଉ ପାଞ୍ଚଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ପୁଣି ଚିନ୍ତାର... ମାଲକାନଗିରିରେ ପହଲଗାମ ପ୍ରତିବାଦ Takshak Bureau - April 25, 2025 0 ଜମ୍ମୁ କାଶ୍ମୀର ପହେଲଗାମ ଆତଙ୍କବାଦୀ ହାମଲାରେ ୨୮ ଜଣ ପର୍ଯ୍ୟଟକ ପ୍ରାଣ ହରାଇଛନ୍ତି। ଅତି ନିର୍ମମ ଭାବରେ ଆତଙ୍କୀ ମାନେ ନିର୍ଦ୍ଧୋଷୀ ପର୍ଯ୍ୟଟକଙ୍କ ପ୍ରାଣ ନେଇଛନ୍ତି। ଏଭଳି ଘଟଣାକୁ ବିଭିନ୍ନ ମହଲରେ ଦୃଢ଼... ଫେବୃଆରୀରୁ ଲାଗୁ ହେବ ଆୟୁଷ୍ମାନ ଭାରତ Takshak Bureau - December 30, 2024 0 ଆସନ୍ତା ଫେବୃଆରୀରୁ ଲାଗୁ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ । ନିର୍ବାଚନ ବେଳେ ଆଯୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇଥିଲା ବିଜେପି । ଏବେ କ୍ଷମତାସୀନ ହେବାର ଛମାସ ପରେ...