ପଞ୍ଚମପାଳି ଆରମ୍ଭରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ମନ୍ତ୍ରୀ ଓ ବିଧାୟକମାନଙ୍କ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରୁଛନ୍ତି । ଆଜି ରାଜ୍ୟ ସଚ୍ଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯିବା ସହିତ ମନ୍ତ୍ରୀମାନଙ୍କୁ ଗୁରୁ ମନ୍ତ୍ର ଦେଇଛନ୍ତି ନବୀନ। ମୁଖ୍ୟମନ୍ତ୍ରୀ ପାଞ୍ଚଟି ଦିଗ ଉପରେ ଫୋକସ୍‌ କରିଛନ୍ତି । ତୃଣମୂଳ ସ୍ତରରେ ଲୋକଙ୍କର ସମସ୍ୟା ଜାଣିବାକୁ ଅଞ୍ଚଳକୁ ଯାଆନ୍ତୁ, ନିଜ ନିଜ ବିଭାଗକୁ ଅଚାନକ ଗସ୍ତ କରି କାର୍ଯ୍ୟର ତଦାରଖ କରନ୍ତୁ ଓ ଲୋକଙ୍କୁ ସରକାରୀ ସେବା କେମିତି ମିଳୁଛି ତାହାର ତଦାରଖ ମଧ୍ୟ କରନ୍ତୁ । ଖାଲି ସେତିକି ନୁହେଁ ଲୋକଙ୍କୁ ପ୍ରତ୍ୟକ୍ଷ ଭାବେ ଭେଟି ସେମାନଙ୍କ ସମସ୍ୟା ବୁଝନ୍ତୁ । ସ୍ବଚ୍ଛତା ଓ ଦକ୍ଷତା ପାଇଁ କମ୍ପ୍ୟୁଟରୀକରଣ ଉପରେ ଗୁରୁତ୍ୱ ଦିଅନ୍ତୁ । ସେହିପରି ଟିମ୍‌ ୱାର୍କ, ଟେକ୍ନୋଲୋଜି, ଟ୍ରାନ୍‌ସପାରାନ୍ସି, ଟ୍ରାନ୍ସଫର୍ମେସନ୍‌ ଓ ଟାଇମ୍‌ ଉପରେ ବ୍ୟକ୍ତିଗତ ଭାବେ ନଜର ଦେବାକୁ ନବୀନ କହିଛନ୍ତି ।

LEAVE A REPLY

Please enter your comment!
Please enter your name here