ରବିବାର ରାୟଗଡା ଗୁଣପୁର ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୁଣପୁରରେ ନିର୍ବାଚନ ପ୍ରଚାର ସଭାରେ ଯୋଗଦେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେଡି ସୁପ୍ରିମୋ । ଗରିବଙ୍କ ପାଇଁ ରାଜ୍ୟ ସରକାର ଆହାର ଯୋଜନା କରିଛନ୍ତି। ତେବେ ସହଯୋଗ ପାଇଁ କେନ୍ଦ୍ର ସରକାର ମନା କରିଥିଲେ। ରାଜ୍ୟ ସରକାର ନିଜ ଉଦ୍ୟମରେ ଏହି ଯୋଜନା କରିଛନ୍ତି। ୩୦ ଲକ୍ଷ ଗରିବଙ୍କୁ ଚାଉଳ ଦେବାକୁ କେନ୍ଦ୍ର ସରକାର ମନା କରିଥିଲେ। ତେବେ ରାଜ୍ୟ ସରକାର ସବୁ ଗରିବଙ୍କୁ ଟଙ୍କାକରେ ଚାଉଳ ଦେଉଛନ୍ତି। ମହିଳାଙ୍କ ସ୍ବାସ୍ଥ୍ୟ ପାଇଁ ରାଜ୍ୟ ୭ ଲକ୍ଷ ଦେଉଥିବା ବେଳେ କେନ୍ଦ୍ର ମାତ୍ର ୫ ଲକ୍ଷର ବୀମା କରିଛି। ପିଇବା ପାଣିରେ ରାଜ୍ୟ ସରକାର ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ କରିଛି। କେନ୍ଦ୍ର ସରକାର ବିରାଡି ବୈଷ୍ଣବ ସାଜିଛି ବୋଲି ନବୀନ ଆକ୍ଷେପ କରିଛନ୍ତି । ସାଢ଼େ ୪ କୋଟି ଓଡ଼ିଶାବାସୀ ତାଙ୍କ ପରିବାର। ଶେଷ ନିଶ୍ୱାସ ଯାଏଁ ସେବା କରିବେ ବୋଲି ନବୀନ ପଟ୍ଟନାୟକ କହିଛନ୍ତି। ଗୁଣପୁର ପରେ ବିଷମକଟକ, ଜେ.କେ.ପୁର, ମୋହନା ଏବଂ ପାରଳାଖେମୁଣ୍ଡି ସମାବେଶ ଏବଂ ରୋଡ ଶୋ କରିବେ ନବୀନ।

LEAVE A REPLY

Please enter your comment!
Please enter your name here