ବିଜୁ ଜନତା ଦଳ କାର୍ଯ୍ୟକର୍ତ୍ତା ନିଯୁକ୍ତ କଲେ ସଭାପତି । ୮ ବରିଷ୍ଠ ଉପସଭାପତି , ୯ ଉପସଭାପତି, ଜଣେ ସାଧାରଣ ସମ୍ପାଦକ ନିଯୁକ୍ତ । ବରିଷ୍ଠ ଉପସଭାପତି-ଅନଙ୍ଗ ଉଦୟ ସିଂଦେଓ, ପ୍ରସନ୍ନ ଆଚାର୍ଯ୍ୟ, ପ୍ରସନ୍ନ ପାଟ୍ଟଶାଣୀ, ପ୍ରଫୁଲ୍ଲ ସାମଲ, ବିଜୟଶ୍ରୀ ରାଉତରାୟ, ଲାଲ ବିହାରୀ ହିମିରିକା, ଅନନ୍ତ ଦାସ ଏବଂ ବିମ୍ବାଧର କୁଅଁର । ଉପସଭାପତି- ମଙ୍ଗଳା କିଷାନ , ସୌମ୍ୟ ରଞ୍ଜନ ପଟ୍ଟନାୟକ, ଦେବୀ ମିଶ୍ର, ବିକ୍ରମ ଆରୁଖ, ଉଷା ଦେବୀ, ପ୍ରମିଳା ମଲ୍ଲିକ, ବଦ୍ରି ପାତ୍ର, ପ୍ରଦୀପ କୁମାର ଅମାତ ଏବଂ ପଦ୍ମନାଭ ବେହେରା । ସଞ୍ଜୟ ଦାଶବର୍ମା ହେଲେ ସାଧାରଣ ସମ୍ପାଦକ ମୁଖ୍ୟାଳୟ । ପ୍ରଥମ ଥର ପାଇଁ ବିଜେଡିର ୯ ଉପସଭାପତିଙ୍କୁ ମିଳିଲା ୯ ଦାୟିତ୍ୱ । ମଙ୍ଗଳା କିଷାନକୁ ଜନଜାତି ସଶକ୍ତିକରଣ ଓ ସଂଖ୍ୟାଲଘୁ ବ୍ୟାପାର ଦାୟିତ୍ୱ । ସୌମ୍ୟ ପଟ୍ଟନାୟକ-କଳା ଓ ସଂସ୍କୃତି ଓ ମାନବ ସମ୍ବଳ ବିକାଶ । ଦେବୀ ମିଶ୍ରଙ୍କୁ ଓଡିଶା ମୋ ପରିବାର ଦାୟିତ୍ୱ , ବିକ୍ରମ ଆରୁଖ ପରିବେଶ , ଉଷା ଦେବୀ- ସାମାଜିକ ମଙ୍ଗଳ, ପ୍ରମିଳା ମଲ୍ଲିକ –ମହିଳା ସଶକ୍ତିକରଣ । ବଦ୍ରି ପାତ୍ର- ଆଞ୍ଚଳିକ ଉନ୍ନୟନ, ପ୍ରଦୀପ ଅମାତଙ୍କୁ ସଶକ୍ତ ଓଡିଶା ଦାୟିତ୍ୱ । ପଦ୍ମନାଭ ବେହେରାଙ୍କୁ ତଫସିଲଭୁକ୍ତ ଜାତି ସଶକ୍ତୀକରଣ ଦାୟିତ୍ୱ ।

LEAVE A REPLY

Please enter your comment!
Please enter your name here