କରୋନା ମୁକାବିଲା ପାଇଁ ସରକାରଙ୍କ ନିୟମ ପାଳିଲେ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ ଓ ତାଙ୍କ ପରିବାର I ଆମେରିକାରୁ ଫେରିବା ପରେ ଗଜପତି, ରାଣୀ ଓ ତାଙ୍କ ପରିବାର ରାଜ୍ୟ ସରକାରଙ୍କ ଓେବସାଇଟରେ ନାଁ ରେଜିଷ୍ଟ୍ରି କରିବା ସହ ଅନ୍ୟମାନଙ୍କଠୁ ଅଲଗା ରହିଛନ୍ତି I ସେହିପରି ଆଇଏଏସ ଭିନିଲକ୍ରିଷ୍ଣା ମଧ୍ୟ ବିଦେଶରୁ ଫେରିବା ପରେ ନାଁ ପଂଜିକୃତ କରିବା ସହ କ୍ବାରେଣ୍ଟାଇନରେ ରହିଛନ୍ତି I ସରକାରଙ୍କ ନିର୍ଦ୍ଦେଶନାମା ପରେ ଏପର୍ଯ଼୍ୟନ୍ତ 1239 ଜଣ ନାଁ ପଂଜିକୃତ କରିଥିବା ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି I ସେହିପରି ଏଯାଏଁ ରାଜ୍ୟରେ 32 ଜଣ ସନ୍ଦିଗ୍ଧ କରୋନା ରୋଗୀଙ୍କ ସାମ୍ପୁଲ ଟେଷ୍ଟ ହୋଇଥିବା ବେଳେ ମାତ୍ର ଜଣଙ୍କର ପଜିଟିଭ୍ ବାହାରିଛି ଏବଂ 31 ଜଣଙ୍କର ନେଗେଟିଭ ବାହାରିଛି ବୋଲି ଶ୍ରୀ ବାଗଚୀ କହିଛନ୍ତି I