ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତି ଚରମ ଅପମାନ I କୋଲକାତାର ଏକ ପୂଜା ମଣ୍ଡପରେ ଦେବୀ ଦୁର୍ଗାଙ୍କ ମେଢ଼ରେ ଶୋଭା ପାଉଛନ୍ତି ମହାତ୍ମା ଗାନ୍ଧୀ I ପୂଜା ଆୟୋଜକମାନେ ଗାନ୍ଧିଜୀଙ୍କୁ ମହିଷାସୁର କରିଦେଇଛନ୍ତି I ଗାନ୍ଧୀଙ୍କୁ ଏଭଳି ବିକୃତ କରିବା ନେଇ ଆପତ୍ତି ଉଠିବା ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ପୂଜା କମିଟିକୁ ତାଗିଦ କରାଯାଇଛି I ତାଗିଦ ପରେ ମହିଷାସୁର ମୁଣ୍ଡରୁ ଗାନ୍ଧୀଙ୍କ ମୁହଁ ହଟେଇ ଦିଆଯାଇଛି I

ପୂଜା ଆୟୋଜକ ହେଉଛନ୍ତି ସର୍ବଭାରତୀୟ ହିନ୍ଦୁ ମହାସଭା I ମହାସଭା ପକ୍ଷରୁ କୁହାଯାଇଛି, ଗାନ୍ଧୀ ସେମାନଙ୍କ ପାଇଁ ଅସୁର I ସବୁ ସ୍ଥାନରୁ ଗାନ୍ଧୀଙ୍କୁ ହଟେଇ ଦେବାକୁ ଚାଁହୁ ବୋଲି ମହାସଭା କହିଛି I

ତେବେ ମହାସଭାର ଏଭଳି ଅଭିମୁଖ୍ୟକୁ ବିଭିନ୍ନ ଦଳ ଓ ସଂଗଠନ କଡା ସମାଲୋଚନା କରିଛନ୍ତି I

LEAVE A REPLY

Please enter your comment!
Please enter your name here