ଆଖିରେ ଲୁହ, ମନରେ କୋହ । କହିବାକୁ ବି ଆଉ ଶକ୍ତି ନାହିଁ । ଶାଶୂ ଘର ଦୁଆରେ ସେମିତି ବସି ରହିଛନ୍ତି ତପସ୍ୱିନୀ । ବ୍ରହ୍ମପୁର ବ୍ରହ୍ମାନଗରରେ ଆଜିକୁ ୮ଦିନ ହେବ ଧାରଣାରେ ବସି ରହିଛନ୍ତି ନବବଧୂ ତପସ୍ୱିନୀ । ଆଜି କୋର୍ଟରେ ଶୁଣାଣିଥିବାବେଳେ ତପସ୍ୱିନୀଙ୍କ ପାଖକୁ କୋର୍ଟରୁ ସେମିତି କିଛି ନିର୍ଦ୍ଦେଶ ଆସିନାହିଁ । ଏସଡିଜେଏମ ଛୁଟିରେ ଥିବାରୁ ତାରିଖ ମଧ୍ୟ ଘୁଞ୍ଚିବାରେ ଲାଗିଛି । ହେଲେ ମନରେ ଅସିମ ଧୈର୍ଯ୍ୟ ଆଉ ବିଶ୍ୱାସ ରଖି ସ୍ୱାମୀଙ୍କ ପାଖକୁ ଫେରିବେ ବୋଲି ତପସ୍ୱିନୀ ଘର ଦୁଆର ମୁହଁରେ ଜଗି ବସିଛନ୍ତି । ତାଙ୍କୁ ସାଥ୍ ଦେଇଆସୁଛନ୍ତି ସମାଜସେବୀ ପ୍ରମିଳା ତ୍ରୀପାଠୀ । ଅନ୍ୟପଟେ ଦିନ ପରେ ଦିନ ଗଡୁଥିବାରୁ ଧୈଯ୍ୟହରା ହୋଇପଡୁଛନ୍ତି ତପସ୍ୱିନୀ ।

LEAVE A REPLY

Please enter your comment!
Please enter your name here