ଗୁଜରାଟ ଝୁଲାପୋଲ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା 141 ଛୁଇଁଲା । ଗୁଜରାଟର ମର୍ବିରେ ଥିବା ଦେଢଶହ ବର୍ଷ ତଳର ବ୍ରିଟିଶ ଅମଳର ଏହି ଝୁଲାପୋଲରେ ଶହ ଶହ ଯାତ୍ରୀ ଛଟ୍ ପୂଜା ପାଇଁ ଯାଉଥିବା ବେଳେ ଗତକାଲି ସଂଧ୍ୟାରେ ପୋଲଟି ଭୁଷୁଡିପଡିଥିଲା । ଫଳରେ ପୋଲ ଉପରେ ଥିବା ଶହ ଶହ ଯାତ୍ରୀ ନଦୀ ଗର୍ଭକୁ ଖସି ପଡିଥିଲେ । ପ୍ରାୟ 170 ଜଣ ଯାତ୍ରୀ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଅନେକ ଯାତ୍ରୀ ପହଁରି ପହଁରି ଜୀବନ ବଞ୍ଚାଇଥିବା ବେଳେ ଅନେକ ନିଖୋଜ ଅଛନ୍ତି । ଅଧିକାଂଶ ଯାତ୍ରୀ ମହିଳା ଓ ଶିଶୁ ଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି । ମଚ୍ଛୁ ନଦୀ ଉପରେ ଥିବା ଏହି ବ୍ରିଜ ଅହମ୍ମଦାବାଦ ସହର ଠାରୁ 300 କିଲୋମିଟର ଦୂରରେ ଅବସ୍ଥିତ । ଏହି ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା 141ରେ ପହଞ୍ଚିଲାଣି । ଉଦ୍ଧାର କାର୍ଯ୍ୟରେ ସେନା ଓ ଏନଡିଆରଏଫ ଟିମ୍ ମୁତୟନ ହୋଇଛନ୍ତି । ତେବେ ସପ୍ତାହକ ତଳେ ଝୁଲାପୋଲ ମରାମତି ହୋଇଥିଲା । ଗୁଜରାଟ ପ୍ରତିଷ୍ଠା ଦିବସ ଅବସରରେ ଅକ୍ଟୋବର 26 ତାରିଖରେ ଝୁଲାପୋଲଟି ସର୍ବସାଧାରଣଙ୍କ ପାଇଁ ଖୋଲା ଯାଇଥିଲା । ମରାମତି ପରେ ଦୁର୍ଘଟଣା କିପରି ଘଟିଲା, ତାହାର ତଦନ୍ତ ଆଦେଶ ଦେଇଛନ୍ତି ରାଜ୍ୟ ସରକାର ।

LEAVE A REPLY

Please enter your comment!
Please enter your name here