ଆଜି ସକାଳୁ ରଥ ଉପରେ ତିନି ଠାକୁରଙ୍କ ରୀତିନୀତି ସଂପନ୍ନ ହେବା ପରେ ରଥଟଣା ଆରମ୍ଭ ହୋଇଥିଲା । ଗତକାଲି ବଡଠାକୁର ଶ୍ରୀବଳଭଦ୍ରଙ୍କ ତାଧ୍ବଜ ରଥ ମରିଚିକୋଟ ଛକ ନିକଟରେ ରହିଥିବା ବେଳେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଶ୍ରୀନଅର ନିକଟରେ ଅଟକି ରହିଥିଲା । ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ବଡଆଖଡା ମଠ ନିକଟରେ ରହିଥିଲା । ଆଜି ଲକ୍ଷ ଲକ୍ଷ ଭକ୍ତ ତିନି ଠାକୁରଙ୍କ ରଥକୁ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଟାଣି ନେଇଥିଲେ । ଅପରାହ୍ନ ତିନିଟା ସୁଦ୍ଧା ତିନି ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚି ଯାଇଥିଲା । ଗୋଟିଏ ଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ରଥଯାତ୍ରା ପଡୁଥିବାରୁ ଚଳିତବର୍ଷ ଦୁଇଦିନ ରଥଟଣା କରିବାକୁ ପୂର୍ବରୁ ସ୍ଥିର ହୋଇଥିଲା ।

LEAVE A REPLY

Please enter your comment!
Please enter your name here