ରାଜ୍ୟରେ ଲକ୍ ଡାଉନ ଅବଧି ଆଉ 15 ଦିନ ବଢିଲା I ଆଜି ରାଜ୍ୟ କ୍ୟାବିନେଟରେ ଏ ସଂପର୍କରେ ନିଷ୍ପତ୍ତି ନିଆଯାଇଛି I ସମଗ୍ର ଦେଶରେ ଲକ୍ ଡାଉନ 15 ତାରିଖ ଯାଏଁ ଥିବା ବେଳେ ଏବଂ ଲକ୍ ଡାଉନ ଅବଧି ବଢିବ କି ନାହିଁ, ସେ ନେଇ ଲୋକେ ସନ୍ଦିହାନ ଥିବା ବେଳେ ଆଜି ରାଜ୍ୟ ସରକାର ଲକ୍ ଡାଉନ ଅବଧି ଅପ୍ରେଲ 30 ତାରିଖ ଯ଼ାଏଁ ବୃଦ୍ଧି କରିଛନ୍ତି I ଲକ୍ ଡାଉନ ଅବଧି ବୃଦ୍ଧି ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ସ୍କୁଲ ଓ କଲେଜକୁ ଜୁନ୍ ମାସ 17 ତାରିଖ ଯାଏଁ ଛୁଟି ଘୋଷଣା କରିଛନ୍ତି I ଲକ୍ ଡାଉନ ଅବଧି ବୃଦ୍ଧି କରିବାରେ ଦେଶରେ ଓଡିଶା ହେଉଛି ପ୍ରଥମ ରାଜ୍ୟ I ସାମାଜିକ ଦୂରତ୍ବ ରକ୍ଷା କରି କରୋନା କବଳରୁ ଦେଶକୁ ରକ୍ଷା କରାଯାଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି I ଲୋକମାନେ ଲକ୍ ଡାଉନ ସମୟରେ ଶୃଙ୍ଖଳା ରକ୍ଷା କରୁଥିବାରୁ ଧନ୍ୟବାଦ ଜଣାଇଛନ୍ତି I

LEAVE A REPLY

Please enter your comment!
Please enter your name here