ଗୋଟିଏ ଗୋଡରେ ଆଉ ଡେଉଁ ଡେଇଁ ସ୍କୁଲ ଯିବନି ସୀମା । ତାକୁ ଦିଆଯାଇଛିି କୃତ୍ରିମ ଗୋଡ । ଏହି କୃତ୍ରିମ ଗୋଡ ଖଞ୍ଜାଯିବା ପରେ ସେ ଏବେ ସାଧାରଣ ଝିଅଙ୍କ ପରି ଚାଲି ପାରିବ, ଖେଳିପାରିବ । ଦୁଇ ବର୍ଷ ତଳେ ବିହାରର ଝିଅ ସୀମା ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଏଥିରେ ତାର ଗୋଟିଏ ଗୋଡ ସେ ହରାଇ ଥିଲା । ବହୁ କଷ୍ଟ ସତ୍ତ୍ୱେ ପାଠ ପଢିବା ପାଇଁ ଆଗ୍ରହୀ ଥିବା ଯୋଗୁଁ ସେ ଗୋଟିଏ ଗୋଡରେ ଡେଇଁ ଡେଇଁ ସ୍କୁଲକୁ ଯାଉଥିଲା । ସ୍ୱପ୍ନ ଥିଲା ଶିକ୍ଷୟିତ୍ରୀ ହେବା ପାଇଁ । ସୀମାଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ବିହାରର ଶିକ୍ଷା ବିଭାଗ ସୀମାଙ୍କୁ ଏକ କୃତ୍ରିମ ଗୋଡ ପ୍ରଦାନ କରାଯାଇଛି । ତାଙ୍କୁ ଏକ ଟ୍ରାଇ ସାଇକେଲ ମଧ୍ୟ ପ୍ରଦାନ କରାଯାଇଛି । ବଲିଉଡ ସୋନୁ ସୁଦ ମଧ୍ୟ ସୀମାଙ୍କୁ ସାହାର୍ଯ୍ୟ ପାଇଁ ଆଗେଇ ଆସିଛନ୍ତି ।

LEAVE A REPLY

Please enter your comment!
Please enter your name here