ରାଜ୍ୟରେ ଆଜି ୪୪ ଜୀବନ ନେଇଛି ମହାମାରୀ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ବରଗଡ, କଟକରୁ ୫ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଅନୁଗୁଳ, ପୁରୀରୁ ୪ ଏବଂ ଗଞ୍ଜାମ , କେନ୍ଦ୍ରାପଡା,ସୁନ୍ଦରଗଡରୁ ୩ ଲେଖାଏଁ କରୋନାରେ ଆଖି ବୁଜିଛନ୍ତି । ନୟାଗଡ, ସମ୍ବଲପୁରରୁ ୨ ଲେଖାଏଁ ଆକ୍ରାନ୍ତଙ୍କର ଜୀବନ ନେଇଛି ମହାମାରୀ । ସେହିପରି ଭଦ୍ରକ, ବୌଦ୍ଧ, ଢେଙ୍କାନାଳ, ମାଲକାନଗିରିରୁ ଜଣେ ଲେଖାଏଁ ମୃତ । ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୩୭୬୧କୁ ବୃଦ୍ଧି ପାଇଛି ।
ସେହପିରି ୩ ହଜାର ଉପରେ ରହିଛି ସଙ୍କ୍ରମଣ ହାର । ଗତ ୨୪ ଘଣ୍ଟାରେ ୩ ହଜାର ୬୫୦ ସଙ୍କ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୨୦୯୮ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୧୫୫୨ । ଅନୁଗୁଳରୁ ୧୧୨ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ବାଲେଶ୍ୱର-୨୭୮, ବରଗଡ-୪୫, ଭଦ୍ରକ-୧୭୦, ବଲାଙ୍ଗୀର-୧୬, ବୌଦ୍ଧ-୪୧, କଟକ-୪୮୫, ଦେବଗଡ-୪, ଢେଙ୍କାନାଳ-୧୧୦, ଗଜପତି-୮, ଗଞ୍ଜାମ-୧୪, ଜଗତସିଂହପୁର-୧୩୮, ଯାଜପୁର-୩୩୨, ଝାରସୁଗୁଡା-୮, କଳାହାଣ୍ଡି-୨୩, କନ୍ଧମାଳ-୨୬, କେନ୍ଦ୍ରାପଡା-୧୦୬, କେନ୍ଦୁଝର-୬୮, ଖୋର୍ଦ୍ଧା-୬୦୪, କୋରାପୁଟ-୧୦୪, ମାଲକାନଗିରି-୬୭, ମୟୂରଭଞ୍ଜ-୧୪୫, ନବରଙ୍ଗପୁର-୬୯, ନୟାଗଡ-୧୨୨, ନୂଆପଡା-୧୦, ପୁରୀ-୧୮୭, ରାୟଗଡା-୧୦୬, ସମ୍ବଲପୁର-୩୫, ସୁବର୍ଣ୍ଣପୁର-୨୨, ସୁନ୍ଦରଗଡ-୧୦୬, ଷ୍ଟେଟପୁଲରୁ ୮୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୯୦ ହଜାର ୫୯୬ ରହିଛି ।

LEAVE A REPLY

Please enter your comment!
Please enter your name here