ଘରୁ ଡାକି ଅାଣି ଯୁବତୀଙ୍କ ପୁରୁଷ ବନ୍ଧୁ ଓ ତାଙ୍କର ସାଙ୍ଗ ମିଶି ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିବା ଖବର ସାମ୍ନାକୁ ଆସିଛି । ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଅଞ୍ଚଳରେ।

ଶୁକ୍ରବାର ବୁଗୁଡ଼ା ମୁଖ୍ୟ ବଜାରରେ ଯୁବତୀ ଜଣକ ଚେତାଶୂନ୍ୟ ହୋଇ ପଡ଼ିଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। ଏହାପରେ ତାଙ୍କୁ ଦୁଷ୍କର୍ମ ହୋଇଥିବା ପୀଡ଼ିତା କହିଥିଲେ।

ଟ୍ରେଜେରୀ ଅଫିସ୍ ହତାରେ ତାଙ୍କୁ ଦୁଷ୍କର୍ମ କରାଯାଇଥିବା ନାବାଳିକା ଜଣଙ୍କ ଅଭିଯୋଗ କରିଛନ୍ତି। ବୁଗୁଡ଼ା ପୋଲିସ ମାମଲା ରୁଜୁ କରିବା ସହ ପୀଡ଼ିତାଙ୍କ ଡାକ୍ତରୀମାଇନା କରାଇଛି। ଯୁବତୀ ଜଣଙ୍କ ବାପା ମାଆ ଛେଉଣ୍ଡ ହୋଇଥିବାରୁ ସେ ତାଙ୍କ ପିଉସୀ ଘରେ ରହୁଥିଲେ।

ଅଭିଯୁକ୍ତ 2 ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି ।

LEAVE A REPLY

Please enter your comment!
Please enter your name here