“ମୋ ଅସୁସ୍ଥ ଜେଜେମାଙ୍କୁ ଦେଖିବାକୁ ମୁଁ ଘରକୁ ଯାଇଥିଲି. ଅଧଘଣ୍ଟା ଭିତରେ ଫେରିବା ପାଇଁ ମୋ ସ୍ବାମୀ କହିଥିଲେ. ମାତ୍ର ଫେରିବାରେ ଦଶ ମିନିଟ ବିଳମ୍ବ ହୋଇଗଲା. ସ୍ବାମୀ ମୋ ଭାଇ ପାଖକୁ ଫୋନ କଲେ ଏବଂ ତିନ୍ ତଲାକ୍ କହିଲେ.”

ଏ କାହାଣୀ ହେଉଛି ଉତ୍ତର ପ୍ରଦେଶର ଆଲିଗଞ୍ଜର ଜଣେ ମୁସଲିମ ମହିଳାଙ୍କର. ତିନ୍ ତଲାକ୍ ବିଲ୍ ଲୋକସଭାରେ ପାରିତ ହେବାର ମାସେ ନ ପୁରୁଣୁ ଏଭଳି ଦୁଃଖଦ ଓ ଚକିତ ହେବା ଭଳି ଅଭିଯୋଗ କରିଛନ୍ତି ଏହି ମହିଳା. ଗଣମାଧ୍ୟମ ଆଗରେ କରିଥିବା ଅଭିଯୋଗ ଅନୁଯାୟା, ତାଙ୍କ ସ୍ବାମୀ ତାଙ୍କୁ ବାପ ଘରକୁ କେବେ ବି ଛାଡୁ ନଥିଲେ. ମାତ୍ର ଅସୁସ୍ଥ ଜେଜେମାଙ୍କୁ ଦେଖିବାକୁ ସେ ବହୁ କଷ୍ଟରେ ସ୍ବାମୀଙ୍କ ଠାରୁ ଅନୁମତି ନେଇଥିଲେ. ଅଧଘଣ୍ଟା ଭିତରେ ଫେରିବାକୁ ସେ ସ୍ବାମୀଙ୍କୁ କହି ଯାଇଥିଲେ ହେଁ ଫେରିବା ବେଳକୁ ଦଶ ମିନିଟ୍ ବିଳମ୍ବ ହୋଇଯାଇଥିଲା. ତାଙ୍କ ଭାଇ ପାଖକୁ ଫୋନ କରି ତିନ୍ ତଲାକ କହି ତାଙ୍କ ସ୍ବାମୀ ଛାଡପତ୍ର ଦେଲେ. ସ୍ବାମୀଙ୍କ ଏଭଳି କାର୍ଯ୍ୟରେ ଆଶ୍ଚର୍ଯ୍ୟଚକିତ ହୋଇଯାଇଛନ୍ତି ସଂପୃକ୍ତା ମହିଳା. ଏମିତିବି ଯୌତୁକ ପାଇଁ ତାଙ୍କ ସ୍ବାମୀ ସବୁବେଳେ ମାଡ ମାରୁଥିବା ସେ ଅଭିଯୋଗ କରିଛନ୍ତି. ବାପଘର ଖୁବ ଗରିବ ହୋଇଥିବାରୁ ସେମାନେ ଯୌତୁକ ଦେଇପାରି ନଥିଲେ. ଫଳରେ ସ୍ବାମୀ ସବୁବେଳେ ନିର୍ଯାତନା ଦେଇ ଆସୁଥିଲେ. ନିର୍ଯାତନା ଯୋଗୁ ଗୋଟିଏ ଗର୍ଭସ୍ଥ ଶିଶୁ ମଧ୍ୟ ନଷ୍ଟ ହୋଇଯାଇଥିବା ସେ କହିଛନ୍ତି. ତାଙ୍କୁ ନ୍ୟାୟ ମିଳିବା ଦରକାର, ନହେଲେ ସେ ଆତ୍ମହତ୍ୟା କରିଦେବେ ବୋଲି କହିଛନ୍ତି. ମହିଳାଙ୍କୁ ନ୍ୟାୟ ଦେବା ପାଇଁ ଆଲିଗଞ୍ଜର ଜଣେ ପଦସ୍ଥ ଅଧିକାରୀଙ୍କୁ ପ୍ରଶାସନ ତଦନ୍ତ ଦାୟିତ୍ବ ଦେଇଥିବା ଜଣାପଡିଛି.

LEAVE A REPLY

Please enter your comment!
Please enter your name here