ଚତୁର୍ଥ ପର୍ଯ୍ୟାୟରେ ନିର୍ବାଚନରେ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା 334 ପ୍ରାର୍ଥୀଙ୍କ ସତ୍ୟପାଠ ଆଧାରରେ ଇଲେକ୍ସନ ଓ୍ବାଚ ପ୍ରସ୍ତୁତ କରିଥିବା ରିପୋର୍ଟ ଅନୁଯାୟୀ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ତାଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ ସବୁଠାରୁ ଧନୀ ପ୍ରାର୍ଥୀ. ନିରଞ୍ଜନ ଭଣ୍ଡାରୀରୋଖରୀ ବିଧାନସଭା ଆସନରୁ ଲଢୁଥିବା ବେଳେ ପୁଅ ନବଜ୍ୟୋତି ବାଲେଶ୍ବର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି. ନିରଞ୍ଜନଙ୍କ ନାଁରେ 60 କୋଟି ଟଙ୍କାର ସଂପତ୍ତି ରହିଥିବା ବେଳେ ନବଜ୍ୟୋତିଙ୍କ ସଂପତ୍ତିର ମୂଲ୍ୟ ହେଉଛି 104 କୋଟି ଟଙ୍କା. ତେବେ ନବଜ୍ୟୋତିଙ୍କର 107 କୋଟି ଟଙ୍କାର ଋଣଭାର ରହିଛି ବୋଲି ସେ ସତ୍ୟପାଠରେ ଦର୍ଶାଇଛନ୍ତି.

334 ପ୍ରାର୍ଥୀଙ୍କ ମଧ୍ୟରୁ 72 ଜଣଙ୍କ ନାଁରେ ରହିଛି ଅପରାଧ ମାମଲା. ସେହିପରି 52 ଜଣଙ୍କ ନାଁରେ ସଙ୍ଗୀନ ମାମଲା ରହିଛି.

81 ଜଣ କୋଟିପତି ଥିବା ସତ୍ୟପାଠରେ ଦର୍ଶାଇଛନ୍ତି.

ବିଧାୟକ ପ୍ରାର୍ଥୀ ଭାବେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କର ସର୍ବାଧିକ ସଂପତ୍ତି 60 କୋଟି ଥିବା ସେ ଦର୍ଶାଇଛନ୍ତି.

ଜଗତସିଂହପୁର ପ୍ରାର୍ଥୀ ଚୀରଞ୍ଜିବି ବିଶ୍ବାଳଙ୍କ ସଂପତ୍ତି 33 କୋଟି ଥିବା ବେଳେ ଧର୍ମଶାଳା ବିଜେଡି ପ୍ରାର୍ଥୀ ପ୍ରଣବ ବଳବନ୍ତରାୟଙ୍କ ପାଖରେ 17 କୋଟି ଟଙ୍କାର ସଂପତ୍ତି ରହିଛି.

ଉଦଳା ଝାଡଖଣ୍ଡ ପିପୁଲ୍ସ ପାର୍ଟିର ବିଧାୟକ ପ୍ରାର୍ଥୀ ତୁଳସୀ ମାରାଣ୍ଡିଙ୍କର କୌଣସି ସଂପତ୍ତି ନାହିଁ.

ଚତୁର୍ଥ ପର୍ଯ଼୍ୟାୟରେ 6 ଲୋକସଭାର 52 ଜଣ ପ୍ରାର୍ଥୀଙ୍କ ମଧ୍ୟରୁ 7 ଜଣଙ୍କ ନାଁରେ ଅପରାଧିକ ମାମଲା ଥିବା ବେଳେ 6 ଜଣଙ୍କ ନାଁରେ ଗୁରୁତର ମାମଲା ରହିଛି. ତେବେ ବିଜେଡିର କୌଣସି ପ୍ରାର୍ଥୀଙ୍କ ନାଁରେ ମାମଲା ନାହିଁ.

ସବୁଠାରୁ ଧନୀ ପ୍ରାର୍ଥୀ ହେଉଛନ୍ତି ବାଲେଶ୍ବର କଂଗ୍ରେସ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ . ତାଙ୍କର 100 କୋଟି ଟଙ୍କାର ସଂପତ୍ତି ଥିବା ଦର୍ଶାଇଥିବା ବେଳେ ବିଜେଡି ପ୍ରାର୍ଥୀ ରବୀନ୍ଦ୍ର ଜେନାଙ୍କର 72 କୋଟି ଟଙ୍କା ଥିବା ଦର୍ଶାଯାଇଛି.

କେନ୍ଦ୍ରାପଡାରେ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କର 57 କୋଟି ଟଙ୍କାର ସଂପତ୍ତି ରହିଛି.

52 ଲୋକସଭା ପ୍ରାର୍ଥୀଙ୍କ ମଧ୍ୟରୁ 17 ଜଣ କୋଟିପତି ଥିବା ଦର୍ଶାଇଛନ୍ତି.

104 କୋଟି ଟଙ୍କାର ସଂପତ୍ତି ଥିବା ବେଳେ 107 କୋଟି ଟଙ୍କାର ଋଣଯନ୍ତାରେ ଥିବା ବାଲେଶ୍ବର କଂଗ୍ରେସ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ ଥିବା ଦର୍ଶାଇଛନ୍ତି .

ଚତୁର୍ଥ ପର୍ଯ୍ୟାୟରେ ପିସିସି ସଭାପତି ନିରଞ୍ଜନ ଓ ତାଙ୍କ ପୁଅ ନବଜ୍ୟୋତି ସବୁଠୁ ଧନୀ ପ୍ରାର୍ଥୀ ଭାବେ ନିର୍ବାଚନ ମୁକାବିଲା କରୁଛନ୍ତି.

 

LEAVE A REPLY

Please enter your comment!
Please enter your name here