ଚନ୍ଦ୍ରପୃଷ୍ଠକୁ ଯାତ୍ରା କରିବାର ଇତିହାସରେ ଆଉ ଏକ ସଫଳ ଅଧ୍ୟାୟ ଯୋଡିଛି ଇସ୍ରୋ । ଆଜି ଶ୍ରୀହରିକୋଟା ସତୀଶ ଧାବନ ଦ୍ୱିତୀୟ ଲଞ୍ଚ ପ୍ୟାଡରୁ ଚନ୍ଦ୍ରୟାନ ଯାତ୍ରା ଆରମ୍ଭ କରିଛି । ଏଲଭିଏମ -3 – ଏମ – 4 ରକେଟ ଯୋଗେ ଚନ୍ଦ୍ରୟାନ-3 ଭୂପୃଷ୍ଠରୁ ଯାତ୍ରା ଆରମ୍ଭ କରିଛି । ଦିନ 2ଟା 35 ମିନିଟରେ ରକେଟ ଉତକ୍ଷେପଣ କରାଯିବା ସହ ଇସ୍ରୋର ମୁନ୍ ମିଶନ୍ ଇତିହାସରେ ଆଉ ଏକ ନୂଆ ଅଧ୍ୟାୟ ଯୋଡି ହୋଇଯାଇଛି । ଚନ୍ଦ୍ରୟାନ-3 ର ସଫଳ ଉତକ୍ଷେପଣକୁ ନେଇ ଇସ୍ରୋ ବୌଜ୍ଞାନିକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ରାଷ୍ଟ୍ରପତି ଶ୍ରୀମତି ଦ୍ରୌପଦୀ ମୁର୍ମୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରାୟାନ-3 କୁ ଅବସ୍ଥାପିତ କରାଯିବ । ତେବେ ଅଗଷ୍ଠ 5 ରେ ଚନ୍ଦ୍ରାୟାନ ଚନ୍ଦ୍ର କକ୍ଷପଥରେ ପହଞ୍ଚିବ ଏବଂ 23 ତାରିଖରେ ଦକ୍ଷିଣ ମେରୁରେ ଅବତରଣ କରିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here