ଭାରତ ଯୋଡୋ ଯାତ୍ରାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ । ପଞ୍ଜାବର ହୋସିପୁରରେ ରାହୁଲ ପଦଯାତ୍ରାରେ କରୁଥିବା ବେଳେ ଅଚାନକ ଜଣେ ଯୁବକ ତାଙ୍କ ପାଖକୁ ଧାଇଁ ଆସିଲେ ଏବଂ ତାଙ୍କୁ ସାମନା ପଟରୁ ଆଲିଙ୍ଗନ କଲେ । ଯଦିଓ ସଙ୍ଗେ ସଙ୍ଗେ ସୁରକ୍ଷା ଅଧିକାରୀମାନେ ଯୁବକଙ୍କୁ ଟାଣି ନେଲେ, ମାତ୍ର କିଭଳି ସୁରକ୍ଷା ବଳୟ ଭେଦ କରି ଯୁବକ ଜଣକ ରାହୁଲଙ୍କୁ ଆଲିଙ୍ଗନ କଲେ, ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ରାହୁଲ ଗାନ୍ଧୀଙ୍କୁ ଏବେ ଜେଡ୍ ପ୍ଲସ ସୁରକ୍ଷା ଦିଆଯାଇଛି । ଏବଂ ଏହି ସୁରକ୍ଷାରେ 8 ରୁ 9 ଜଣ କମାଣ୍ଡୋ ସବୁବେଳେ ରାହୁଲଙ୍କ ଚାରିପାଖରେ ରହୁଛନ୍ତି । ଭାରତ ଯୋଡୋ ଯାତ୍ରା ଅବସରରେ ଏବେ ରାହୁଲ ପଞ୍ଜାବର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ପଦଯାତ୍ରା କରୁଛନ୍ତି । ପଞ୍ଜାବରୁ କାଶ୍ମୀର ପଦଯାତ୍ରାରେ ଯିବା ପରେ ରାହୁଲଙ୍କ ଭାରତ ଯୋଡୋ ଯାତ୍ରା ଶେଷ ହେବ ।

LEAVE A REPLY

Please enter your comment!
Please enter your name here