ଓଡିଆ ଚେସ୍ କୁଇନ ପଦ୍ମିନୀ ରାଉତଙ୍କୁ ମିଳିଛି ସଫଳତା । ଏସିଆନ ମହିଳା ଚାମ୍ପିୟନସିପରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ପଦ୍ମିନୀ । ଫିଲଫାଇନ୍ସରେ ଚାଲିଥିବା ଟୁର୍ଣ୍ଣାମେଣ୍ଟରେ ୯ଟି ରାଉଣ୍ଡରୁ ୭ ପଏଣ୍ଟ ପାଇଁ ଚାମ୍ପିୟନ ହୋଇଛନ୍ତି ସେ । ଏଥିସହ ଆସନ୍ତା ୨୦୨୦ ରେ ହେବାକୁ ଥିବା ମହିଳା ବିଶ୍ୱକପ ଚେସ ଟୁର୍ଣ୍ଣାମେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଇଣ୍ଟରନ୍ୟାସନାଲ ମ୍ୟାଷ୍ଟର ପଦ୍ମିନୀ ଏନେଇ ଖୁସୀ ଜାହିର କରିଛନ୍ତି । ବିଜେବି କଲେଜରୁ ବାଣିଜ୍ୟରେ ସ୍ନାତ୍ତକୋତ୍ତର ସାରିଥିବା ପଦ୍ମିନୀ ମାତ୍ର 9 ବର୍ଷ ବୟସରୁ ଚେସ୍ ଖେଳିବା ଆରମ୍ଭ କରିଥିଲେ. ଏହଛଡା ସେ ଚେସକୁ ନେଇ ବିଭିନ୍ନ ପ୍ରକାର ସମ୍ମାନ ମଧ୍ୟ ପ୍ରାପ୍ତ କରିଛନ୍ତି ଏବଂ ଇଣ୍ଟରନ୍ୟାସନାଲ ମାଷ୍ଟର ଓ ଓମ୍ୟାନଗ୍ରାଣ୍ଡ ମାଷ୍ଟର ଟାଇଟଲ ମଧ୍ୟ ହାସଲ କରିଛନ୍ତି. ଏହାସହ ସେ ବିଜୁ ପଟ୍ଟନାୟକ ସ୍ପୋର୍ଶ ଆୱାର୍ଡ ଓ ଏକଲବ୍ୟ ଆୱାର୍ଡ ମଧ୍ୟ ପାଇଛନ୍ତି.

LEAVE A REPLY

Please enter your comment!
Please enter your name here