ଯଦି ଆପଣଙ୍କର ବ୍ୟାଙ୍କ ସମ୍ବନ୍ଧିତ କିଛି କାମ ରହିଯାଇଛି ତାହେଲେ ତାକୁ ଡିସେମ୍ବର 20 ପୂର୍ବରୁ ସାରିଦିଅନ୍ତୁ. କାରଣ ପାଞ୍ଚଦିନ ଧରି ବନ୍ଦ ହେବାକୁ ଯାଉଛି ବ୍ୟାଙ୍କ. ହଁ, ଡିସେମ୍ବର 21 ତାରିଖରେ ସାରା ଦେଶର ବ୍ୟାଙ୍କ କର୍ମଚାରୀ ଧାରଣାରେ ବସିବାକୁ ଯାଉଛନ୍ତି. କେନ୍ଦ୍ର ସରକାରଙ୍କ କିଛି ନିୟମକୁ ବିରୋଧ କରି ବ୍ୟାଙ୍କ କର୍ମଚାରୀ ଏହି ଧାରଣା କରିବେ ବୋଲି ୟୁନାଇଟେଡ୍ ଫୋରମ ଅଫ୍ ବ୍ୟାଙ୍କ ୟୁନିୟନ୍ସର ମୁଖ୍ୟ ଅନିଲ ତିୱାରୀ ସୂଚନା ଦେଇଛନ୍ତି. ଡିସେମ୍ବର 22 ତାରିଖ ଦିନ ମାସର ଚତୁର୍ଥ ଶନିବାର ପଡୁଥିବାରୁ ବ୍ୟାଙ୍କ ବନ୍ଦ ରହିବ. 23 ତାରିଖ ରବିବାର. ତେବେ 24 ତାରିଖ ଦିନ ବ୍ୟାଙ୍କ ଖୋଲା ରହିବ. ଏହାପରେ 25 ତାରିଖ ଖ୍ରୀଷ୍ଟମାସ ପଡୁଥିବାରୁ ସେ ଦିନ ବ୍ୟାଙ୍କ ବନ୍ଦ ରହିବ ଏବଂ 26 ତାରିଖ ଦିନ ପୁଣି ୟୁନାଇଟେଡ ଫୋରମ ତରଫରୁ ବ୍ୟାଙ୍କ କର୍ମୀ ଧାରଣାରେ ବସିବେ. ଏହିପରି ସମୁଦାୟ ଉପରେ ବ୍ୟାଙ୍କ 5 ଦିନ ଧରି ବନ୍ଦ ରହିବ.

LEAVE A REPLY

Please enter your comment!
Please enter your name here