ଡାକ୍ତର, ସ୍ୱାସ୍ଥକର୍ମୀ‌ଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ଯୁଦ୍ଧର ପ୍ରକୃତ ସୈନିକ ହେଉଛନ୍ତି ଡାକ୍ତର, ସ୍ୱାସ୍ଥ୍ୟକର୍ମୀ । କରୋନା ରୋଗୀଙ୍କ ଚିକିତ୍ସା ବେଳେ ଯଦି କୌଣସି ଡାକ୍ତର କିମ୍ବା ସ୍ୱାସ୍ଥ୍ୟ କର୍ମୀଙ୍କର ମୃତ୍ୟୁ ଘଟେ ତେବେ ସେମାନଙ୍କୁ ୫୦ ଲକ୍ଷ ଟଙ୍କାର ସହାୟତା ମିଳିବ। ଏଥି ସହିତ ଅବସର ଯାଏ ସେମାନଙ୍କ ପରିବାରକୁ ପୂରା ଦରମା ମିଳିବ। ସେତିକି ନୁହେଁ, ଚିକିତ୍ସାବେଳେ କୌଣସି ଡାକ୍ତର କିମ୍ବା ସ୍ୱାସ୍ଥ୍ୟ କର୍ମୀଙ୍କ ମୃତ୍ୟୁ ଘଟିଲେ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟଦା ସହ ସେମାନଙ୍କର ଶେଷକୃତ୍ୟ ସଂପନ୍ନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏଥିସହିତ ଡାକ୍ତରଙ୍କୁ ଆକ୍ରମଣ ନେଇ ଚରମ ଚେତାବନୀ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ: ଡାକ୍ତର, ସ୍ୱାସ୍ଥ୍ୟ କର୍ମୀଙ୍କ ପ୍ରତି ଆକ୍ରମଣ ରାଜ୍ୟ ପ୍ରତି ଆକ୍ରମଣ ସଦୃଶ। ଡାକ୍ତରଙ୍କୁ ଆକ୍ରମଣ କଲେ, କାର୍ଯ୍ୟରେ ବାଧା ଦେଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଡାକ୍ତରଙ୍କ ପ୍ରତି ଆକ୍ରମଣକାରୀଙ୍କ ବିରୋଧରେ NSA ଲାଗୁ ହେବ ବୋଲି ସେ ଚେତବାନୀ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here