ପୁଅ ମୃତ୍ୟୁକୁ ମାସେ ପୁରିଲାଣି ହେଲେ ଆମକୁ ନ୍ୟାୟ ମିଳିଲାନି । ଅସନ୍ତୋଷ ଏବଂ ଛାତିରେ କୋହ ରଖି ଆଜି ରାଷ୍ଟ୍ରପତିଙ୍କୁ ଚିଠି ଲେଖିଛନ୍ତି ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର । ଏବଂ ସେ ଚିଠିରେ ଲେଖିଛନ୍ତି ଯେ, ଏହି ମାମଲାରେ ସିବିଆଇ ତଦନ୍ତ କରାଯାଉ । ସେପଟେ ମୃତ୍ୟୁ ରହସ୍ୟର ଖିଅ ଖୋଜୁଛି କ୍ରାଇମବ୍ରାଞ୍ଚ । ଚତୁର୍ଥ ଦିନରେ ଆଉ ଦୁଇ ବନ କର୍ମଚାରୀଙ୍କୁ ଜେରା ଚାଲିଛି । ପାରଳାଖେମୁଣ୍ଡିର ଏକ ଥାନାରେ ମାଳି ଅଜୟ କୁମାର ବେହେରା ଏବଂ ଜଗୁଆଳୀ ସନ୍ତୋଷ ବିଶ୍ୱାଳଙ୍କୁ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ ଟିମ୍ । ଘଟଣା ବାବଦରେ ସେମାନେ କଣ ଜାଣିଛନ୍ତି । ସୌମ୍ୟଙ୍କ ଦେହରେ ନିଆଁ ଲାଗିଥିବା ଖବର ପ୍ରଥମେ ସେ କାହା ପାଖରୁ ଶୁଣିଥିଲେ , ଏମିତି ଅନେକ ପ୍ରଶ୍ନର ସାମ୍ନା କରୁଛନ୍ତି ସେମାନେ । ଦିନ ୧୦ଟାରୁ ସାଢେ ୨ ଟା ଯାଏଁ ପ୍ରାୟ ସାଢେ ୪ ଘଣ୍ଟା ଜେରା କରାଯାଇଛି । ଗତକାଲି ୪ ଜଣଙ୍କୁ ମାରାଥନ ଜେରା କରାଯାଇଥିଲା । ବିଦ୍ୟା ଭାରତୀ , ଡିଏଫଙ୍କୁ ଖୁବଶୀଘ୍ର ଜେରା କରାଯିବ ବୋଲି ସୂଚନା ମିଳିଛି । ତେବେ କ୍ରାଇମବାଞ୍ଜ ମୁଖ୍ୟ ଆସାମୀକୁ ଧରିବାରେ ସଫଳ ହେବ । ନା କେବଳ ତଦନ୍ତରେ ରହିଯିବ ସୌମ୍ୟଙ୍କ ମୃତ୍ୟୁ ମାମଲା ।

LEAVE A REPLY

Please enter your comment!
Please enter your name here