ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମଙ୍କୁ ଆଶ୍ୱସ୍ତି ମିଳିଲା | ଆଇଏନଏକ୍ସ ମିଡିଆ ମାମଲାରେ ସୁପ୍ରିମକୋର୍ଟ ଚିଦାମ୍ବରମଙ୍କୁ ଜାମିନ ପ୍ରଦାନ କରିଛନ୍ତି | ସିବିଆଇ ପକ୍ଷରୁ ହୋଇଥିବା ମାମଲାରେ ତାଙ୍କୁ ଜାମିନ ମିଳିଛି | ଗିରଫ ହେବାର ପ୍ରାୟ ଦୁଇ ମାସ ପରେ ତାଙ୍କୁ ଜାମିନ ମିଳିଛି | ଏକ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଚିଦାମ୍ବରମଙ୍କୁ ଜାମିନ ମିଳିଛି | ତେବେ ଅନ୍ୟ ଏକ ମାମଲାରେ ଇଡି ଦ୍ୱାରା ଚିଦାମ୍ବରମ ଗିରଫ ହୋଇଥିବାରୁ ସେ ୨୪ ତାରିଖ ଯାଏଁ ହେପାଜତରେ ରହିବେ |
ସୂଚନାଯୋଗ୍ୟ, ଆଇଏନଏକ୍ସ ମିଡିଆ ଆର୍ଥିକ ଅନିୟମିତତା ମାମଲାରେ ଚିଦାମ୍ବରମଙ୍କୁ ରାତି ଅଧିଆ ଗିରଫ କରିଥିଲା ସିବିଆଇ | ଗିରଫଦାରୀ ବେଳେ ବହୁ ହାଇଡ୍ରାମା ଦେଖିବାକୁ ମିଳିଥିଲା | ପୂର୍ବତନ୍ତ୍ରୀ ଅର୍ଥମନ୍ତ୍ରୀଙ୍କ ଗିରଫକୁ ନେଇ କଂଗ୍ରେସ-ବିଜେପି ମୁହାଁମୁହିଁ ହୋଇଥିଲେ | ସିବିଆଇ ପାଖାପାଖି ୧୫ ଦିନ ଜେରା କରିବା ପରେ ତାଙ୍କୁ ତିହାଡ ଜେଲ୍କୁ ପଠା ଯାଇଥିଲା |

LEAVE A REPLY

Please enter your comment!
Please enter your name here