ସାଧାରଣ ବର୍ଗର ଆର୍ଥିକ ଦୁର୍ବଳ ଶ୍ରେଣୀ ଅନ୍ତର୍ଭୁକ୍ତ ଥିବା ବ୍ୟକ୍ତିଙ୍କ ପାଇଁ ସରକାରୀ ଚାକିରୀ ଏବଂ ଶିକ୍ଷା କ୍ଷେତ୍ରରେ 10 ପ୍ରତିଶତ ସ୍ଥାନ ସଂରକ୍ଷଣ ବିଲ୍ ମଙ୍ଗଳବାର ଲୋକସଭାରେ ପାରିତ ହୋଇଛି. ଗୃହରେ ଉପସ୍ଥିତ 326 ଜଣ ସାଂସଦଙ୍କ ମଧ୍ୟରୁ 323 ଜଣ ବିଲ୍ ସପକ୍ଷରେ ମତ ଦେଇଥିଲେ.  ଲୋକସଭା ନିର୍ବାଚନ ପୂର୍ବରୁ ମୋଦିଙ୍କ ଏହି ନିଷ୍ପତ୍ତିକୁ ମାଷ୍ଟରଷ୍ଟ୍ରୋକ୍ ବୋଲି କୁହାଯାଉଛି. ରାଜ୍ୟସଭାରେ ବିଲ୍ ପାରିତ ହେବା ପରେ ଏହାକୁ ରାଷ୍ଟ୍ରପତିଙ୍କ ପାଖକୁ ମଂଜୁରୀ ପାଇଁ ପଠାଯିବ. ଏହାକୁ ଆଇନ ପ୍ରଣୟନ ପାଇଁ ରାଜ୍ୟ ବିଧାନସଭାର ମଂଜୁରୀ ଦରକାର ପଡିବ ନାହିଁ. ତେବେ ରାଜ୍ୟସଭାରେ ଏନଡିଏର ସଂଖ୍ୟାଗରିଷ୍ଠ ସାଂସଦ ନଥିବାରୁ ସରକାର କିଭଳି ଭାବେ ଏହି ବିଲକୁ ପାସ୍ କରାଇବେ, ତାହା ଉପରେ ସମସ୍ତଙ୍କ ନଜର ରହିଛି.

LEAVE A REPLY

Please enter your comment!
Please enter your name here