ଅସହ୍ୟ ହେଲାଣି ମହଙ୍ଗା ମାଡ । କେନ୍ଦ୍ର ସରକାରଙ୍କ ଭୁଲ ଅର୍ଥନୈତିକ ପରିଚାଳଣା ଯୋଗୁ ପେଟ୍ରୋଲ , ଡିଜେଲ , ଖାଇବା ତେଲ ସହ ପନିପରିବା ଦରରେ ଅହେତୁକ ବୃଦ୍ଧି ପାଇଛି । ଯାହାର ପ୍ରତିବାଦରେ ଆଜିଠୁ ରାଜ ରାସ୍ତାକୁ ଓହ୍ଲାଇଛି ବିଜେଡି । କେନ୍ଦ୍ର ବିରୋଧରେ ରାଜଭବନରୁ ରାଜବ୍ୟାପି ହେଉଛି ବିକ୍ଷୋଭ । ଆଜି ରାଜଭବନ ଆଗରେ ଧାରଣା ଓ ପ୍ରତିବାଦ କରୁଛି ବିଜୁ ଜନତା ଦଳ । ରାସ୍ତାରେ ଚୂଲି ଜାଳି ପ୍ରଦିବାଦ କରୁଛନ୍ତି ମହିଳା । ଆସନ୍ତାକାଲିଠୁ ରାଜ୍ୟବ୍ୟାପି ଆନ୍ଦୋଳନ ହେବ । ଆସନ୍ତା ୫ରୁ ୭ ଯାଏଁ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ସବୁ ବିଧାନସଭା ନିର୍ବାଚନ ମଣ୍ଡଳୀର ପେଟ୍ରୋଲ ପମ୍ପ ଆଗରେ ପ୍ରତିବାଦ କରାଯିବ । ରାଜ୍ୟରେ ଏବେ ପେଟ୍ରୋଲ , ଡିଜେଲ ଦର ୧୧୦ ପାଖପାଖି ପହଁଞ୍ଚିଲାଣି । ଖାଇବା ତେଲ ଲିଟର ପ୍ରତି ୨୦୦ ଛୁଇଁଲାଣି । ଡାଲି ଠାରୁ ଆରମ୍ଭ କରି ପନି ପରିବା ଦରରେ ଖାଉଟି ଅସ୍ତବ୍ୟସ୍ତ । ସାଧାରଣ ଲୋକଙ୍କଠୁ ଆରମ୍ଭ କରି ଚାକିରୀଆ ଯାଏଁ ସଭିଁଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଛି ।

LEAVE A REPLY

Please enter your comment!
Please enter your name here