ଗତ 20 ତାରିଖ ସନ୍ଧ୍ୟାରୁ ଆରମ୍ଭ ହୋଇଥିଲା ଲଗାଣ ବର୍ଷା. 24 ଘଣ୍ଟାରେ ବେହାଲ ସଂପୂର୍ଣ୍ଣ ଓଡିଶା. ବିଶେଷ କରି ରାଜଧାନୀ ଭୁବନେଶ୍ୱରର ସ୍ଥିତି ସଂଘାତିକ. ଚାରିଆଡେ ଲହଡି ଭାଙ୍ଗୁଛି ଢେଉ. ଲୋକମାନଙ୍କର ବାହାରକୁ ବାହାରିବା ଅସମ୍ଭବ ହୋଇପଡିଛି. ସ୍ମାର୍ଟ ସିଟି ତାଲିକାରେ 1 ନଂ ସ୍ଥାନ ପାଇଥିବା ରାଜଧାନୀ ଭୁବନେଶ୍ୱରର ସ୍ଥିତି ଯଦି ଏପରି ହୁଏ ତେବେ ଉପକୂଳବର୍ତ୍ତୀ ଅଞ୍ଚଳ ତଥା ଅନୁନ୍ନତ ଅଞ୍ଚଳଗୁଡିକର ସ୍ଥିତ କଣ ଥିବ ? ଭୁବନେଶ୍ୱରର ନୂଆପଲ୍ଲୀ, ଜୟଦେବ ବିହାର, ଆଚାର୍ଯ୍ୟ ବିହାର, ରସୁଲଗଡ଼, ବମିଖାଲ ଓ ଲକ୍ଷ୍ମୀସାଗର ଆଦି ସ୍ଥାନଗୁଡିକରେ ବନ୍ୟାଜଳ ଯୋଗୁଁ ସ୍ଥିତି ଗମ୍ଭୀର. ସମୁଦ୍ର ଭଳି ରାସ୍ତା ଉପରେ ଢେଉ ଭାଙ୍ଗୁଛି ପାଣି.

ସମଗ୍ର ରାଜ୍ୟରେ ବର୍ଷାର ପ୍ରକୋପ ବଢିବାରେ ଲାଗିଛି. ରାଜ୍ୟର ବିଭିନ୍ନ ଜିଲ୍ଲାଗୁଡିକରେ ଲୋକେ ପାଣି ଘେରରେ ରହିଥିବା ବେଳେ ବନ୍ୟା ପରିସ୍ଥିତି ଉପୁଜିଲେ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ବିଷ୍ଣୁପଦ ସେଠୀ ( ଏସଆରସି, ଓଡିଶା ). ସମସ୍ତ ଜିଲ୍ଲାରେ ଏନଡିଆରଏଫ ଟିମ୍ ସହ ଓଡ୍ରାଫ୍ ଟିମ୍ ପ୍ରସ୍ତୁତ ରହିଛି. ଏପଟେ ମାଲକାନଗିରିରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି. ନଦୀଗୁଡିକରେ ବନ୍ୟା ଜଳ ବିପଦ ସଂଙ୍କେତ ତଳେ ପ୍ରବାହିତ ହେଉଛି. ରାଜ୍ୟର ସମସ୍ତ ଜିଲ୍ଲାଗୁଡିକରେ ଲଗାଣ ବର୍ଷା ଯୋଗୁଁ ସମସ୍ତ ସ୍କୁଲରେ ଛୁଟି ଘୋଷଣା କରାଯାଇଛି. ଆଗାମୀ 48 ଘଣ୍ଟା ପର୍ଯ୍ୟନ୍ତ ବର୍ଷା ଲାଗିରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି.

LEAVE A REPLY

Please enter your comment!
Please enter your name here