ହକି ବିଶ୍ୱକପ ପାଇଁ କଳିଙ୍ଗଷ୍ଟାଡିୟମ ନିକଟରେ ଥିବା ଜଗନ୍ନାଥ ବସ୍ତି ଉଚ୍ଛେଦ କରିବାକୁ ଆରମ୍ଭ ହୋଇଛି ଅଭିଯାନ । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୁପକ୍ଷ (ବିଡିଏ) , ଭୁବନେଶ୍ୱର ମୁ୍ୟନସିପାଲ କର୍ପୋରେସନ (ବିଏମସି) ଓ କମିଶନରେଟ ପୋଲିସର ମିଳିତ ଉଦ୍ୟମରେ ଘର ଉଚ୍ଛେଦ କରାଯାଉଛି । ଘର ଉଚ୍ଛେଦ ନେଇ ବସ୍ତି ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଏହାକୁ ବିରୋଧ କରି ଜୟଦେବ ବିହାର ଛକରେ ବସ୍ତିର ସବୁଲୋକେ ଆନେ୍ଦାଳନ ଜାରି ରଖିଛନ୍ତି । ଏହି ବସ୍ତିକୁ ବହୁ ପୂର୍ବରୁ ଉଚ୍ଛେଦ କରିବାକୁ ଯୋଜନା ହୋଇଥିଲେ ମଧ୍ୟ ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁ ସମ୍ଭବ ହେଉନଥିଲା ।
ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ଷ୍ଟାଡିୟମରେ ହେବାକୁ ଥିବା ହକି ବିଶ୍ୱକପକୁ ଦୃଷ୍ଟିରେ ରଖି ଏହି ବସ୍ତିକୁ ଉଚ୍ଛେଦ କରାଯାଉଛି । ଏହି ବସ୍ତିରେ ପ୍ରାୟ ୩୨୦ ପରିବାର ବସବାସ କରୁଥିବାବେଳେ ସେମାନଙ୍କୁ ସମ ହସ୍ପିଟାଲ ନିକଟସ୍ଥ ପଣ୍ଡାକୁଡିଆକୁ ସ୍ଥାନାନ୍ତର କରିବାକୁ ସରକାର ପ୍ରତିଶୃତି ଦେଇଛନ୍ତି । ତେବେ ବସ୍ତି ବାସିନ୍ଦାଙ୍କ କହିବା କଥା ହେଲା, ପୂର୍ବରୁ ମଧ୍ୟ ୪୪ଟି ଘର ସରକାର ଭାଙ୍ଗିଥିବାବେଳେ ଘର ପ୍ରତି ମାତ୍ର ୧୦ ହଜାର ଲେଖାଏଁ ଦିଆଯାଇଥିଲା ।
ଅନ୍ୟପଟେ ହକି ବିଶ୍ୱକପ ପାଇଁ କଳିଙ୍ଗ ଷ୍ଟାଡିୟମକୁ ରାଜ୍ୟ ସରକାର ସ୍ପୋର୍ଟସ କଲେକ୍ସନରେ ପରିଣତ କରିଥିବାରୁ ବର୍ଷ ତମାମ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡା ପ୍ରତିଯୋଗିତା ଆୟୋଜିତ ହେବ । ତେଣୁ ଗାଡି ପାର୍କିଂ ଓ ଯାତାୟତ ପାଇଁ ଆବଶ୍ୟକୀୟ ରାସ୍ତା ଆବଶ୍ୟକ ଥିବାରୁ ବସ୍ତି ଉଚ୍ଛେଦର ଆବଶ୍ୟକତା ରହିଥିବା ପ୍ରଶାସନ କହିଛି ।

LEAVE A REPLY

Please enter your comment!
Please enter your name here