ପାଖେଇ ଆସୁଛି ପାର୍ବଣର ଋତୁ । ଠିକ୍ ଏହି ସମୟରେ କେନ୍ଦ୍ର ସରକାରଙ୍କ ମହଙ୍ଗା ମାଡରେ ଘାଇଲା ଜନସାଧାରଣ । ପେଟ୍ରୋଲ ଓ ଡିଜେଲ ଦର ଜନସାଧାରଣଙ୍କୁ କନ୍ଦାଉଥିବାବେଳେ ଏବେ ଏସି, ଫ୍ରିଜ୍ ଓ ୱାସିଙ୍ଗ ମେସିନ ଏବଂ ବିମାନ ଇନ୍ଧନ ପରି ୧୯ଟି ସାମଗ୍ରୀ ମହଙ୍ଗା ହୋଇଛି । ଅନାବଶ୍ୟକ ସାମଗ୍ରୀର ଆମଦାନୀ କମାଇବାକୁ ଗତକାଲି କେନ୍ଦ୍ର ଶୁଳ୍କ ବୃଦ୍ଧି କରିଛନ୍ତି । ପୂଜାପର୍ବ ସମୟରେ ବିଭିନ୍ନ ଲୋଭନୀୟ ରିହାତି ଲୋକଙ୍କୁ ଆକର୍ଷଣ କରେ ନୂଆ ସାମଗ୍ରୀ ଘରକୁ ଆଣିବାକୁ ,ମାତ୍ର ଏଥରର ମହଙ୍ଗାମାଡ ଲୋକଙ୍କୁ ନିଶ୍ଚୟ କଷ୍ଟ ଦେବ ।
ଏସି ଓ ଫ୍ରିଜର କମ୍ପ୍ରେସର ଦାମକୁ ମଧ୍ୟ ୭.୫ ପ୍ରତିଶତ ରୁ ୧୦ ପ୍ରତିଶତକୁ ବୃଦ୍ଧି କରାଯାଇଛି । ବିମାନ ଇନ୍ଧନ ଉପରେ ସୀମା ଶୁଳ୍କ ବୃଦ୍ଧି କରାଯାଇଥିବାରୁ ଏଣିକି ବିମାନ ଯାତ୍ରା ମହଙ୍ଗା ହେବ ।
କେନ୍ଦ୍ରୀୟ ଅର୍ଥ ମନ୍ତ୍ରାଳୟ କହିଛନ୍ତି କି, ଗତ ବର୍ଷରେ ଦେଶକୁ ୮୬,୦୦୦ କୋଟି ଟଙ୍କାର ଅନାବଶ୍ୟକ ସାମଗ୍ରୀ ଆମଦାନୀ ହୋଇଛି । ତେଣୁ ଅନାବଶ୍ୟକ ସାମଗ୍ରୀର ଆମଦାନୀ ଉପରେ ରୋକ ଲଗାଇବା ପାଇଁ କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇ ମୂଲ୍ୟବାନ ଧାତୁ ଅଳଙ୍କାର, ଜୋତା, ସ୍ପିକର, କାର୍, ଟାୟାର, ସୁଟକେସ୍, ପରିବହନ ବ୍ୟାଗ, ଶାୱାରବାଥ, ପାଣି ଟ୍ୟାପ, ଟେବୁଲ ୱେର୍ ଓ କିଚିନ୍ ୱେର ଉପରେ ଲାଗୁ ହେଉଥିବା ସୀମା ଶୁକ୍ଳକୁ ବୃଦ୍ଧି କରାଯାଇଛି ।

LEAVE A REPLY

Please enter your comment!
Please enter your name here