ରାୟଗଡା ସହରରେ ଦାଣ୍ଡିଆର କ୍ରେଜ୍ । ନବରାତ୍ର ପୂଜା ସହ ଦାଣ୍ଡିଆ ନାଇଟର ମଜା ନେଉଛନ୍ତି ଲୋକେ । ଗୋଟିଏ ପଟେ ମାଙ୍କ ଆଗମନକୁ ନେଇ ସମସ୍ତ ମଜି ଯାଇଥିବା ବେଳେ ଅନ୍ୟପଟେ ଦାଣ୍ଡିଆକୁ ନେଇ ବେଶ୍ ଝୁମୁଛି ନାଚ ଓ ଗୀତର ଆସର । ଦାଣ୍ଡିଆ ଗୁଜରାଟର ଏକ ଲୋକପ୍ରିୟ ନାଚ ଏବଂ ଯାହାର କ୍ରେଜ୍ ଏବେ ସବୁଠି ଦେଖିବାକୁ ମିଳୁଛି । ରାୟଗଡା ସହରରେ ବସବାସ କରୁଥିବା ଗୁଜୁରାଟି ସମାଜ ତରଫରୁ ବଡ ଧୁମଧାମରେ ପାଳନ ଚାଲିଛି ଦୁର୍ଗାପୂଜା । ପିଲାଠାରୁ ବୁଢା ସମସ୍ତେ ଦାଣ୍ଡିଆ ଖେଳିବାରେ ମସଗୁଲ । କିଏ ନିଜ ପରିବାର ସହ ଆସି ଦାଣ୍ଡିଆର ମଜା ନେଉଛି ତ କିଏ ନିଜ ସାଙ୍ଗସାଥୀଙ୍କ ସହ ଆସି ଦାଣ୍ଡିଆର ଷ୍ଟିକ୍ ଧରି ନାଚିବାରେ ମସଗୁଲ । ଗତ ୫୦ ବର୍ଷ ଧରି ରାୟଗଡା ସହରରେ ବସବାସ କରୁଥିବା ଗୁଜୁରାଟି ପରିବାର ସେମାନଙ୍କର ପରମ୍ପରାକୁ ବଜାୟ ରଖିଆସିିଛନ୍ତି । ଦଶହରାରେ ଗୁଜୁରାଟି ପରିବାର ମା ଦୁର୍ଗାଙ୍କର ବ୍ରତ ରଖି ଉପବାସ କରନ୍ତି । ପ୍ରତ୍ୟେକ ଦିନ ଦୁଇଥର ମାଁଙ୍କ ର ପୂଜାର୍ଚନା କରନ୍ତି । ପାଖାପାଖି ରାତି ୨ଟା ପର୍ଯ୍ୟନ୍ତ ସମସ୍ତେ ଦାଣ୍ଡିଆ ରାସରେ ମାତି ଯାଆନ୍ତି ଏବଂ ଛତ୍ରୀ,ପନ୍ଚୁଆ ଭଳି ୫ ପ୍ରକାରର ନାଚ ନାଚି ମା ଦୁର୍ଗାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଚେଷ୍ଟା କରନ୍ତି । ଦାଣ୍ଡିଆ ଖାଲି ମନୋରଂଜନ ପାଇଁ ନୁହେଁ, ମାଙ୍କ ଉପାସନାର ଏକ ଆଧାର ବୋଲି ସେମାନେ କୁହନ୍ତି । ଗୁଜରାଟର ଏହି ସାସ୍କୃତିକ ପରମ୍ପରା କେବଳ ରାୟଗଡା ନୁହେଁ । ଏବେ ସମଗ୍ର ଦେଶରେ ଆଦୃତି ଲାଭ କରିଛି । ଆଉ ପାର୍ବଣକୁ ଅଧିକ ରସମୟ, ସଙ୍ଗୀତମୟ ଓ ଆନନ୍ଦମୟ କରିବାରେ ଖୋରାକ ଯୋଗାଉଛି ।

LEAVE A REPLY

Please enter your comment!
Please enter your name here