ଓମଫେଡ ଜରି, ପାଣି ବୋତଲ ଫେରାଇଲେ ମିଳିବ ଟଙ୍କା. ଅଗଷ୍ଟ ୧୧ ସୁଦ୍ଧା ଏସଂପର୍କରେ ସର୍ବସାଧାରଣରେ ସୁଚନା ଦିଆଯିବା ସହ ଏଜେଣ୍ଟଙ୍କ ମାଧ୍ୟମରେ ଜରି ଓ ପ୍ଲାଷ୍ଟିକ୍ ବୋତଲ ସଂଗ୍ରହ କରାଯିବ । ସଚିବାଳୟରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ରାଜ୍ୟରେ ପ୍ଲାଷ୍ଟିକ୍ ସାମଗ୍ରୀ ନିଷେଧ କରିବା ପୂର୍ବରୁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି. ଏଥିପାଇଁ ବିଭିନ୍ନ ସ୍ଥାନରେ ପ୍ଲାଷ୍ଟିକ ସାମଗ୍ରୀ ସଂଗ୍ରହ କେନ୍ଦ୍ର ମଧ୍ୟ ଗଠନ କରାଯିବ । ଜନସାଧାରଣଙ୍କ ମତାମତ ପାଇଁ ୧୫ ଦିନ ସମୟ ଦିଆଯିବ । ସେପ୍ଟେମ୍ବର ୧୫ ସୁଦ୍ଧା ପ୍ଲାଷ୍ଟିକ୍ ନିଷେଧ ନିୟମ ଆସିବ । ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ନିୟମ କାର୍ଯ୍ୟକାରୀ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ପ୍ଲାଷ୍ଟିକ୍ ପାଉଚ ବନ୍ଦ ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଛି  ।

LEAVE A REPLY

Please enter your comment!
Please enter your name here