ରାଜଧାନୀରେ ୧୦୦ ଟପିଲା ଟମାଟୋ ଦର । କିଛି ଦିନ ହେଲା ଆକାଶ ଛୁଆଁ ହୋଇଛି ଦର । ଗୋଟିଏ ସପ୍ତାହ ଧରି ୮୦ ଟଙ୍କାରେ ଟମାଟୋ ବିକ୍ରୀ ହେଉଥିବାବେଳେ ଆଜି ୧୨୦ରେ ପହଁଞ୍ଚିଛି । ମହଙ୍ଗା ମାଡରେ ସାଧାରଣ ଲୋକେ ଅନ୍ତସନ୍ତ ହେଉଛନ୍ତି । କଟକରେ ବି ଟମାଟୋ କିଲୋ ୧୨୦ ଟଙ୍କାରେ ବିକ୍ରୀ ହେଉଛି । ବାତ୍ୟା ଭୟରେ ଯୋଗାଣ ବନ୍ଦ ହୋଇଥିବାରୁ ଦର ଏବେ ଆକାଶ ଛୁଆଁ । ନାସିକ ଏବଂ ରାୟପୁରରୁ ଟମାଟୋ ଯୋଗାଣ ବନ୍ଦ ହେବା ଯୋଗୁଁ ଦର ୧୨୦ ଟଙ୍କାରେ ପହଁଞ୍ଚିଛି । ଉଚ୍ଚା ଦାମ ଯୋଗୁଁ ଅଳ୍ପ ପରିମାଣର ଟମାଟୋ କିଣି କାମ ଚଳାଉଛନ୍ତି ଗ୍ରାହକ ।

LEAVE A REPLY

Please enter your comment!
Please enter your name here