ଶକ୍ତିକାନ୍ତ ଦାସ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗଭର୍ଣ୍ଣର ହେବାର ଦୁଇମାସ ମଧ୍ୟରେ ବଡ ନିଷ୍ପତ୍ତି. ରେପୋ ରେଟ୍ ହ୍ରାସ କ୍ଷେତ୍ରରେ ସେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି.  ଆରବିଆଇ ରେପୋ ରେଟ 6.5 କୁ ହ୍ରାସ କରି 6.25 ପ୍ରତିଶତ କରିଛି, ଯେତେବେଳେ ରିଭର୍ସ ରେପୋ ରେଟ ମଧ୍ୟ ହ୍ରାସ ହୋଇ 6.00 ପ୍ରତିଶତ ହୋଇଛି. ରେପୋ ରେଟ୍ ହ୍ରାସ ଫଳରେ ଗୃହ ଓ ଅଟୋ କ୍ଷୁଦ୍ରଋଣଦାତାମାନେ ସୁବିଧା ପାଇବେ ବୋଲି ଆଶା କରାଯାଉଛି. ଘରୋଇ ପୁଞ୍ଜିନିବେଶକୁ ଅଧିକ ବଳିଷ୍ଠ କରିବା ପାଇଁ ଏହା ସାହାଯ୍ୟ କରିବ ବୋଲି ଶକ୍ତିକାନ୍ତ କହିଛନ୍ତି. ଆରବିଆଇର ଏଭଳି ଅଚାନକ ନିଷ୍ପତ୍ତିକୁ ଦେଶର ଅର୍ଥନୀତିଜ୍ଞମାନେ ସ୍ବାଗତ କରିଛନ୍ତି.

ଦେଶର ଆର୍ଥିକ ସ୍ଥିତି ଓ ଅର୍ଥ ବ୍ୟବସ୍ଥାକୁ ମିଳୁଥିବା ବିଭିନ୍ନ ଚ୍ୟାଲେଞ୍ଜକୁ ଦୃଷ୍ଟିରେ ରଖି ସମସ୍ତ ସରକାରୀ ଓ ବେସରକାରୀ ବ୍ୟାଙ୍କ ଗୁଡିକ ପାଇଁ ରେପୋ ରେଟ ଓ କ୍ୟାଶ ରିଜର୍ଭ ରେସିଓ ନିର୍ଦ୍ଧାରିତ ହୋଇଥାଏ. ରେପୋ ରେଟ ହେଉଛି ସେହି ଦର ଯାହା ଉପରେ ଦେଶର କୌଣସି ବ୍ୟାଙ୍କ ରିଜର୍ଭ ବ୍ୟାଙ୍କଠାରୁ କମ୍ ରେଟରେ ଋଣ ନେଇଥାଏ. ରେପୋ ରେଟ ହ୍ରାସ ହେବା ଫଳରେ ସାଧାରଣ ଲୋକଙ୍କ ପାଇଁ ଏହା ଲାଭଦାୟକ ହେବ.

LEAVE A REPLY

Please enter your comment!
Please enter your name here