ଓଡିଶା ସଂସ୍କୃତି ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇ ଗିରଫ ହୋଇଥିବା ସାମ୍ବାଦିକ ଅଭିଜିତ ଆୟାର ମିତ୍ରଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି । ଦିଲ୍ଲୀର ସାକେତ କୋର୍ଟ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଜାମିନ ଦେଇଛନ୍ତି । ୨୮ ତାରିଖ ପରେ କୋଣାର୍କ ଥାନାରେ ହାଜିର ହେବାକୁ କୋର୍ଟ ଅଭିଜିତଙ୍କୁ ନିର୍ଦେଶ ଦେଇଛି । ତେବେ ତାଙ୍କୁ ରିମାଣ୍ଡରେ ନେବାକୁ ଓଡିଶା ପୁଲିସ କରିଥିବା ଆବେଦନକୁ କୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି । ଏ ସମ୍ପର୍କରେ ଆବଶ୍ୟକ କାଗଜପତ୍ର ଦାଖଲ କରିବାକୁ ଓଡିଶା ପୋଲିସ ବିଫଳ ହେବାରୁ କୋର୍ଟ ଜାମିନ ଦେଇଛନ୍ତି ।