ପାକିସ୍ତାନ ଘୋଷଣା କରିଛି ବଡ଼ ଖବର । ପାକିସ୍ତାନ  ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସଂସଦରେ ଘୋଷଣା କରି କହିଛନ୍ତି ଯେ, ଭାରତୀୟ ବାୟୁସେନାର ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଆସନ୍ତାକାଲି ମୁକ୍ତ କରିବୁ । ଆମେ କୌଣସି ଲଢେଇ କରିବାକୁ ଚାହୁଁନାହୁଁ । ଭାରତ ପୁଲଓ୍ଵାମା ହମଲାର ପ୍ରମାଣ ପ୍ରଦାନ କରିଛି । ସୀମାପାରରେ ଜାରି ଗୁଳି ବର୍ଷଣ ଓ ଭାରତୀୟ ସେନାର ସମ୍ଭାବ୍ୟ କାର୍ଯ୍ୟାନୁଷ୍ଠାନରେ ଚାପରେ ରହିଛି ପାକିସ୍ତାନ . ଅନ୍ତର୍ଜାତୀୟ ଚାପ ମଧ୍ୟ ପାକିସ୍ତାନ ଉପରେ ବଢିବାରେ ଲାଗିଛି. ଆତଙ୍କବାଦକୁ ପ୍ରୋତ୍ସାହନ କରୁଥିବାରୁ ବିଶ୍ବରେ ପାକିସ୍ତାନକୁ ଏକଘରିକିଆ କରିବା ପାଇଁ ଭାରତର ପ୍ରୟାସ ଏକପ୍ରକାର ସଫଳ ହୋଇଛି ।

ସୁଚନାଯୋଗ୍ୟ,  ଗୋଟିଏ ଦିନ ପୂର୍ବେ  ପାକିସ୍ତାନର ଲଢୁଆ ବିମାନ ଭାରତୀୟ ସୀମାରେ  ପ୍ରବେଶ କରି ଭାରତୀୟ ବାୟୁସେନା ପ୍ରତିଷ୍ଠାନ ଉପରେ ହମଲା କରିବାକୁ ଚେଷ୍ଟା କରିଥିଲା । ଯାହାକୁ ଭାରତୀୟ ଲଢୁଆ ବିମାନ ମିଗ ୨୧ ବିଫଳ କରିଥିଲା । ଭାରତୀୟ ବାୟୁସେନା ପାକିସ୍ତାନର ଏକ ଏଫ ୧୬ ବିମାନକୁ ମାରି ଖସାଇ ଦେଇଥିଲେ। ଏହି ସମୟରେ ଭାରତ ଏକ ମିଗ ୨୧ ମଧ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।  ଓ୍ଵିଙ୍ଗ କମାଣ୍ଡର  ଅଭିନନ୍ଦନଙ୍କୁ ପାକିସ୍ତାନ ନିଜ କବଜାକୁ ନେଇ ଯାଇଥିଲା ।

LEAVE A REPLY

Please enter your comment!
Please enter your name here