ଜମ୍ମୁ-କାଶ୍ମୀରରେ ହାଇ ଆଲର୍ଟ ଜାରି । ପହଲଗାମ ଘଟଣାର ୭ ଦିନ ପରେ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରାଯାଇଛି ୪୮ଟି ପର୍ଯ୍ୟଟନସ୍ଥଳୀ । ସୁରକ୍ଷା ଦୃଷ୍ଟିକୋଣରୁ ୪୮ଟି ଟୁରିଷ୍ଟ ସ୍ଥାନକୁ ଯିବାପାଇଁ ପର୍ଯ୍ୟଟନଙ୍କୁ ବାରଣ କରିଛନ୍ତି ଜମ୍ମୁ-କାଶ୍ମୀର ସରକାର । ମୋଟ୍ ୮୭ରୁ ୪୮ଟି ପର୍ଯ୍ୟଟନସ୍ଥଳୀରେ କଟକଣା ଜାରି କରାଯାଇଛି । ଡାଲଲେକ ସହିତ ଗୁଲମର୍ଗ, ସୋନମର୍ଗ ଏବଂ ଭୈରିନାଗ ଯିବାକୁ ବାରଣ କରାଯାଇଛି । ସୀମା ନିକଟବର୍ତ୍ତୀ ଅଞ୍ଚଳରେ ଆତଙ୍କବାଦୀ ସକ୍ରୀୟ ରହିଥିବା ଆଶଙ୍କା କରାଯାଉଛି ।

LEAVE A REPLY

Please enter your comment!
Please enter your name here