ଚର୍ଚ୍ଚାରେ ରାହୁଲ ଗାନ୍ଧୀ । ଭୁବନେଶ୍ୱର ବିମାନବନ୍ଦରରେ ଏଆଇସିସି ସଭାପତି ରାହୁଲ ଗାନ୍ଧୀ ପହଁଞ୍ଚିବା ମାତ୍ରେ ତାଙ୍କ ଚିତ୍ରତ୍ତୋଳନ ପାଇଁ ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟରେ ବେଶ ତତ୍ପରତା ଦେଖାଦେଇଥିଲା । ବିଶେଷକରି କ୍ୟାମେରାମ୍ୟାନ ମାନେ ଧାଁ ଦଉଡ ଆରମ୍ଭ କରିଦେଇଥିଲେ । ବିମାନବନ୍ଦରରେ କଂଗ୍ରେସର ବରିଷ୍ଠ ନେତାମାନେ ରାହୁଲଙ୍କୁ ଉଚ୍ଛସିତ ସମ୍ବର୍ଦ୍ଧନା ଦେବାପରେ ରାହୁଲ ଦଳୀୟ ନେତାଙ୍କ ସହ କିଛି ବାଟ ଚାଲି ଚାଲି ଆସୁଥିଲେ । ହଠାତ୍ ଭିଡ ଭିତରେ ଜଣେ କ୍ୟାମେରାମ୍ୟାନ ରାହୁଲଙ୍କ ଭିଡିଓ ସୁଟ୍ କରୁକରୁ ଉଚ୍ଚ ସ୍ଥାନରୁ ତଳକୁ ଖସିପଡିଥିଲେ । କ୍ୟାମେରାମ୍ୟାନଙ୍କୁ ଆଉ କେହି ଉଠାଇବା ପୂର୍ବରୁ ତାଙ୍କ ଉପରେ ନଜର ପଡିଥିଲା ରାହୁଲଙ୍କର । ସେ ତତକ୍ଷଣାତ କ୍ୟାମେରାମ୍ୟାନଙ୍କ ହାତ ଧରି ଉଠାଇଥିଲେ । ଓଡିଶା ଗସ୍ତରେ ଆସୁଆସୁ ରାହୁଲଙ୍କ ଏହି କାର୍ଯ୍ୟ ଏବେ ଖୁବ ଚର୍ଚ୍ଚାରେ ।

LEAVE A REPLY

Please enter your comment!
Please enter your name here