ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅନୁରୋଧ । କେଜ୍ରିୱାଲ କହିଛନ୍ତି ଯେ, ଆମେ ସମସ୍ତେ ଚାହୁଁଛୁ ଭାରତ ବିକଶିତ ଦେଶ ହେଉ । ଭାରତର ପ୍ରତ୍ୟେକ ପରିବାର ଧନୀ ହୁଅନ୍ତୁ । ଏଥିପାଇଁ ଅନେକ କାମ କରିବାର ଅଛି । ଆମେ ଦେଖିଥାଉ କି ଯେଉଁମାନେ ବିଜିନେସ କରନ୍ତି ସେମାନେ ଲକ୍ଷ୍ମୀ ଏବଂ ଗଣେଶଙ୍କ ଆରାଧନା କରନ୍ତି । ମୋର କେନ୍ଦ୍ର ସରକାରଙ୍କୁ ଅନୁରୋଧ ଯେ, ଆମର ଟଙ୍କାରେ ଯେଉଁ ଗାନ୍ଧିଜୀଙ୍କ ଫଟୋ ରହିଛି , ତା ସହିତ ଲକ୍ଷ୍ମୀ ଏବଂ ଗଣେଶଙ୍କ ଫଟୋ ବି ଲଗାଯାଉ । ଭାରତୀୟ ମୁଦ୍ରାରେ ସ୍ଥାନ ପାଉ ଗଣେଶ ଏବଂ ଲକ୍ଷ୍ମୀଙ୍କ ଫଟୋ । ‘ଆର୍ଥିକ ଅବସ୍ଥାକୁ ସୁଧାର ଆଣିବା ପାଇଁ ଭଗବାନଙ୍କ ଆର୍ଶୀବାଦ ଦରକାର’ ।
କେଜ୍ରିୱାଲ ଆହୁରି ମଧ୍ୟ କହିଛନ୍ତି, ଯଦି ଗୋଟିଏ ପଟେ ଗାନ୍ଧିଜୀଙ୍କ ଛବି ଏବଂ ଅନ୍ୟପଟେ ଲକ୍ଷ୍ମୀ ଓ ଗଣେଶଙ୍କ ଛବି ରୁହେ, ତେବେ ପୁରା ଦେଶକୁ ଆର୍ଶୀବାଦ ମିଳିବ । ଲକ୍ଷ୍ମୀଙ୍କୁ ଧନ ଏବଂ ସମୃଦ୍ଧିର ଦେବୀ ମନାଯାଏ ଏବଂ ଗଣେଣଙ୍କୁ ବିଘ୍ନ ବିନାଶକ ବୋଲି ମାନିଥାଉ । ଏଥିପାଇଁ ଟଙ୍କାରେ ଲକ୍ଷ୍ମୀ ଏବଂ ଗଣେଣଙ୍କ ଫଟୋ ଲଗାଯାଉ । ସବୁ ନୋଟରେ ଲଗାଇବା ପାଇଁ ଆମେ କହୁନୁ । ନୂଆ ଛପା ହେବାକୁ ଥିବା ନୋଟରେ ଫଟୋ ଛପାଯାଉ । ଯାହା ଫଳରେ ଧିରେ ଧିରେ ଲକ୍ଷ୍ମୀ ଓ ଗଣେଶଙ୍କ ଫଟୋଥିବା ନୋଟ୍ ସଂଖ୍ୟା ବଢିଚାଲିବ । ଇଣ୍ଡୋନେସିଆ ଏକ ମୁସଲିମ୍ ସହର । ସେଠାରେ ୮୫ ପ୍ରତିଶତରୁ ଅଧିକ ମୁସଲିମ ବସବାସ କରନ୍ତି ଏବଂ ୨ ପ୍ରତିଶତରୁ କମ ହିନ୍ଦୁ ଲୋକ ବସବାସ କରନ୍ତି । କିନ୍ତୁ ସେଠାରେ ବି ନୋଟ ଉପରେ ଗଣେଣଙ୍କ ଫଟୋ ରହିଛି । ଯାହା ମହତ୍ତ୍ୱପୂର୍ଣ୍ଣ କାମ ଅଟେ । ଏଥିପାଇଁ ଆମେ ସରକାରଙ୍କୁ ନୋଟରେ ଦେବାଦେବୀଙ୍କ ଫଟୋ ଛାପିବାକୁ ଅନୁରୋଧ କରୁଛୁ ବୋଲି କେଜ୍ରିଓ୍ବାଲ କହିଛନ୍ତି ।