ବାଜିଲା ସହରାଞ୍ଚଳ ନିର୍ବାଚନ ବିଗୁଲ । ନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ଆହ୍ୱାନ ଦେଇଛନ୍ତି ସରକାର । ଏନେଇ ରାଜ୍ୟ ନିର୍ବାଚନ କମିଶନକୁ ଅବଗତ କରାଇଲେ ରାଜ୍ୟ ସରକାର । ଯେ କୌଣସି ମୁହୁର୍ତ୍ତରେ ଘୋଷଣା ହୋଇପାରେ ପୌର ନିର୍ବାଚନ ତାରିଖ । ସମସ୍ତ ପ୍ରସ୍ତୁତି ଶେଷ ହେବାପରେ ନଗର ଉନ୍ନୟନ ବିଭାଗ ବିଜ୍ଞପ୍ତି ମାଧ୍ୟମରେ ପୌର ନିର୍ବାଚନ ପାଇଁ ଆହ୍ୱାନ କରିଛି । ୩ ମହାନଗର ନିଗମ, ୧୦୭ ପୌରାଞ୍ଚଳରେ ନିର୍ବାଚନ ପାଇଁ ବିଗ୍ୟପ୍ତି ପ୍ରକାଶ ପାଇଛି । କଟକ, ଭୁବନେଶ୍ୱର, ବ୍ରହ୍ମପୁର ମହାନଗର ନିଗମରେ ହେବ ନିର୍ବାଚନ । ୪୮ଟି ପୌର ପରିଷଦ , ୬୮ଟି ବିଜ୍ଞାପିତ ଅଞ୍ଚଳ ପରିଷଦରେ ନିର୍ବାଚନ ହେବ ।

LEAVE A REPLY

Please enter your comment!
Please enter your name here